
*ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା – ୨୦୨୫ ଅନୁଷ୍ଠିତ*

ବରଗଡ଼:୦୮/୧୧ (ପବିତ୍ର ମେହେର)::ଶକ୍ତିର ଅପବ୍ୟବହାରକୁ ରୋକିବା ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ବାଲ୍ୟାବସ୍ଥାରୁ ସଚେତନ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ,ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ୪୦ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଦିପ୍ତିମୟୀ ଗଡତିଆ, ଲିପସାମୟୀ ସା ଏବଂ ବିଜିତା ସାହୁ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ଶକ୍ତି କ୍ଲବର ମାର୍ଗ ଦର୍ଶକ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ପରିଚାଳନା କରିଥିବାବେଳେ ଶିକ୍ଷକ ବୋଧରାମ ବିଶ୍ବାଳ, ପ୍ରଶାନ୍ତ ମହାପାତ୍ର,ଆଶୁତୋଷ ଭୋଇ,ତେଜରାମ ସା,ଶ୍ରୀପତି ସାହୁ,ସୁବାସ ଚନ୍ଦ୍ର ଖମାରୀ,ପ୍ରକାଶ ପଧାନ,ପଦ୍ମଲୋଚନ ବିଶି, ଆଶିଷ ପୁରୋହିତ,ଅନୀଳ ସିଦାରଙ୍କ ସମେତ ବିଦ୍ୟାଳୟର ଶକ୍ତି କ୍ଲବର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ଏବଂ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।




