ବେନିୟମ କାର୍ଯ୍ୟରେ ସଂଶ୍ଳିଷ୍ଟ ଲୋକଙ୍କ ଘରେ ଚାଲିଲା ବୁଲ୍ଡୋଜର
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ତହସିଲ୍ ଓ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବେନିୟମ କାର୍ଯ୍ୟକଳାପ ରେ ସଂଶ୍ଳିଷ୍ଟ ଚାରିଜଣ ଙ୍କ ଘର ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହି ପରିପ୍ରେକ୍ଷୀରେ ସେମାନଙ୍କ ଘର ଉପରେ ଚାଲିଲା ବୁଲ୍ଡୋଜର୍। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ୍ ବଳୟ ମୁତୟନ କରାଯାଇଥିବା ବେଳେ ବଡ଼ବିଲ ତହସିଲଦାର ତଥା ଏକ୍ସୁକୁଟିଭ ମାଜିଷ୍ଟ୍ରେଟ ରାକେଶ କୁମାର ପଣ୍ଡା ଓ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ଙ୍କ ମିଳିତ ତତ୍ତ୍ଵାବଧାନରେ, ଏହି ଉଚ୍ଛେଦ ପକ୍ରିୟା କରାଯାଇଥିବା ବେଳେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାଏକ, ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ, ବଡ଼ବିଲ ପୌର ଅଧିକାରୀ ଓ କର୍ମଚାରୀ, ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ, ବିଦ୍ୟୁତ୍ ବିଭାଗ କର୍ମଚାରୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଅଧିକାରୀ ଏହି ଉଚ୍ଛେଦ ପକ୍ରୀୟା ରେ ଉପସ୍ଥିତ ଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



