
ଭୁବନେଶ୍ବର: ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ ପରେ ଓଡ଼ିଶାରେ ହାଇ ଆଲର୍ଟ ଜାରି କରାଯାଇଛି। ଲାଲକିଲ୍ଲା ନିକଟରେ ଥିବା ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ ନିକଟରେ ବିସ୍ଫୋରଣ ପରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୨୪ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଇ ୨୦ ହୁଣ୍ଡାଇ ଗାଡ଼ିରେ ବିସ୍ପୋରଣ ଘଟିଥିଲା। ଏହା ନିକଟରେ ଥିବା ଅନ୍ୟ କେତେକ ଗାଡ଼ି ମଧ୍ଯ କ୍ଷତିଗ୍ରସ୍ତ ହୋଇଛି। ତେବେ ଯାନ୍ତ୍ରିକ ତୃଟି ଯୋଗୁଁ ନା କାର ରେ କିଛି ବିଷ୍ପୋରକ ଥିଲା ଏ ନେଇ ଚାଲିଛି ତଦନ୍ତ। ଏହି ବିସ୍ପୋରଣ ପରେ ପୁରୀରେ ହାଇ ଆଲର୍ଟ ଜାରି କରାଯାଇଛି। କୌଣସି ସନ୍ଦିଗ୍ଧ ଗତିବିଧି ଦେଖିଲେ ୧୧୨ ରେ ଖବର ଜଣାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂହ। ଶ୍ରୀମନ୍ଦିର ଚାରିପାଖ, ବେଳାଭୂମି ଓ ବଡ଼ଦାଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ପ୍ରବେଶ ପଥ ଉପରେ କଡ଼ା ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍ପି। ପିପିଲି ଟୋଲ ଗେଟ୍ ପାଖରେ ଗାଡ଼ି ଚେକିଂ ମଧ୍ଯ କରାଯାଉଛି। ଭୁବନେଶ୍ବର ବିମାନବନ୍ଦରରେ ମଧ୍ଯ ସୁରକ୍ଷା କଡ଼ାକଡ଼ି କରାଯାଇଛି।



