ମଶାଲ ଯାତ୍ରା ସହ ପ୍ରଥମ ଶମ୍ଭୁ ମେମୋରିଆଲ ଦିବାରାତ୍ର ଅନ୍ତଃଜିଲ୍ଳା କ୍ରିକେଟ ପ୍ରତିଯୋଗିତା ଆରମ୍ଭ


ଭବାନୀପାଟଣା ସହରର ପ୍ରତିଷ୍ଠିତ କ୍ରିକେଟ କ୍ଲବ “ଅଲ ଷ୍ଟାର କ୍ରିକେଟ କ୍ଲବ ” ପକ୍ଷରୁ ଆୟୋଜିତ ପ୍ରଥମ ଶମ୍ଭୁ ମେମୋରିଆଲ ଦିବାରାତ୍ର ଅନ୍ତଃଜିଲ୍ଳା କ୍ରିକେଟ ପ୍ରତିଯୋଗିତା ଭବାନୀପାଟଣା ସହର ସ୍ଥିତସ ଲାଲ ବହାଦୁର ଶାସ୍ତ୍ରୀ ଖେଳ ପଡିଆ ଠାରେ ଉଦଘାଟିତ ହୋଇଯାଇଅଛି I ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରାରେ ଘୁମୁରା ଏବଂ ପ୍ରତିଯୋଗିତା ର ବିଜେତା ଓ ଉପବିଜେତା କପ ରଖାଯାଇଥିବା ଏକ ସୁସସଜ୍ଜିତ ଅଟୋ କାର ସହ ଆୟୋଜକ ଦଳର ସମସ୍ତ କର୍ମକର୍ତ୍ତାଙ୍କ ସହ ମା ମାଣିକେଶ୍ବରୀଙ୍କ ମନ୍ଦିରରୁ ମଶାଲ ସୋଭାଯାତ୍ରା ବାହାରି ଷ୍ଟାଚୁ ଛକ, ମାଣିକେଶ୍ବରୀ ଛକ ଦେଇ ଲାଲ ବହାଦୁର ଶାସ୍ତ୍ରୀ ଖେଳ ପଡିଆ ଠାରେ ପହଂଚିଥିଲେ I

ଏହି ରାଲିରେ ଆୟୋଜକ ଦଳର ସଭାପତି କୁନାଲ ବେହେରା, ସମ୍ପାଦକ ପ୍ରଶାନ୍ତ ମିଶ୍ର, ଉପସଭାପତି ନିହାର ମିଶ୍ର, କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସ, ଯୁବ ସମାଜସେବୀ ଚିତ୍ତରଞ୍ଜନ ପାତ୍ର ଏବଂ ଶୈଳେଶ କୁମାର ଙ୍କ ସମେତ ଆୟୋଜକ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ଏହାପରେ ପ୍ରତିଯୋଗିତା ର ଉଦଘାଟନୀ ପର୍ବ ଆରମ୍ଭ ହୋଇଥିଲା I ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ରହିଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ପ୍ରଗତି ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ୍ୟ ଅଜୟ ପଣ୍ଡା ଏବଂ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସ ମଂଚାସୀନ ରହିଥିଲେ I ଆୟୋଜକ ଦଳର ସଭାପତି କୁନାଲ ବେହେରା, ଉପସଭାପତି ନିହାର ରଞ୍ଜନ ମିଶ୍ର ମଧ୍ୟ ମଂଚାସୀନ ରହିଥିବାବେଳେ ସୁଧାଂଶୁ ନାଏକ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ I ପ୍ରଥମେ ସମସ୍ତ ଅତିଥିମାନଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ କଲାପରେ ସ୍ବର୍ଗତ ଶମ୍ଭୁ ଚନ୍ଦନଙ୍କ ଧର୍ମପତ୍ନୀଙ୍କ ଦ୍ୱାରା ମୁଖ୍ୟ ଅତିଥି କଳାହାଣ୍ଡି ମହାରାଜାଙ୍କ ଅନୁମୋଦନ କ୍ରମେ ସମ୍ମାନିତ ଅତିଥିମାନଙ୍କ ଉପସ୍ଥିତିରେ ରିବନ କାଟି ପ୍ରତିଯୋଗିତାଟିକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରାଯାଇଥିଲା I ମଞ୍ଚରେ ଉପସ୍ଥିତି ସମସ୍ତ ଅତିଥି ସ୍ବର୍ଗତ ଶମ୍ଭୁ ଚନ୍ଦନଙ୍କ ଅମର ଆତ୍ମା ପାଇଁ ଅଶ୍ରୁଳ ଶ୍ରଦ୍ଧIଞ୍ଜଳି ଜ୍ଞ୍ୟାପନ କରିବା ସହ ଆୟୋଜକ ଦଳ ତଥା ଉଦଘାଟନୀ ମ୍ୟାଚର ଦୁଇଟି ଦଳର ସମସ୍ତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇ ଉତ୍ସIହିତ କରିଥିଲେ I ଏହାପରେ ପଡିଆରେ ଉପସ୍ଥିତ ଦୁଇଟି ଦଳର ସମସ୍ତ ଖେଳାଳୀମାନଙ୍କୁ ସମସ୍ତ ଅତିଥି କରମର୍ଦ୍ଧନ କଲାପରେ ସ୍ବର୍ଗତ ଶମ୍ଭୁ ଭାଇର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରିଥିଲେ I ଏହାପରେ ପଡିଆ ମଧ୍ୟରେ ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା I ଉପସ୍ଥିତ ରହିଥିବା ସ୍ବର୍ଗତ ଶମ୍ଭୁ ଙ୍କ ପରିବାରବର୍ଗଙ୍କୁ ସମସ୍ତ ଅତିଥି ସମବେଦନା ଜ୍ଞ୍ୟାପନ କରିଥିଲେ I ଉଦଘାଟନୀ ଦିବସର ପ୍ରଥମ ମ୍ୟାଚରେ ସନସାଇନ କ୍ରିକେଟ କ୍ଲବ ଏବଂ କଳାହାଣ୍ଡି ଟାଇଗର ମଧ୍ୟରେ ପ୍ରତିଯୋଗିତା ହୋଇଥିବାବେଳେ ଦ୍ଵିତୀୟ ମ୍ୟାଚରେ ୟୁନିକ 11,ମଦନପୁର ରାମପୁର ଏବଂ ର୍କ ବ୍ଲାଷ୍ଟର ରାୟଗଡା ମଧ୍ୟରେ ପ୍ରତିଯୋଗିତା ହୋଇଥିଲା I ଆଗାମୀ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଆସନ୍ତା 16 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ରାତ୍ର ସମୟରେ ହେବାକୁଥିବାବେଳେ ଫାଇନାଲ ମ୍ୟାଚରେ ମାନ୍ୟବର ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ଉପସ୍ଥିତ ରହି ସମୟ ଦେବେବୋଲି ଯାହା ଆମ ପାଖରେ ସୂଚନା ଅଛି I ଆୟୋଜକ ଦଳର ଅନ୍ୟମାନଙ୍କ ମଧ୍ୟରୁ ସମ୍ପାଦକ ପ୍ରଶାନ୍ତ ମିଶ୍ର, କୋଷାଧ୍ୟକ୍ଷ୍ୟ ମୋହିତ ପଣ୍ଡା( ଚନ୍ଦନ ), ଯୁଗ୍ମ ସମ୍ପାଦକ ପିଣ୍ଟୁ ମିଶ୍ର, ସେଖ ଅର୍ସଦ, ସମ୍ବିତ ବେହେରା, ମାନସ ବଡ଼ଜେନା, ଚିତ୍ତରଞ୍ଜନ ବେହେରା, ମନୋଜ ସିଂ(ଫପ୍ପୀ ),ସତୀଶ ବେହେରା, ନିଲୁ ପଣ୍ଡା, ଆଦିଲ, ରବୀନ୍ଦ୍ର, ମୁନା,ବୁଟ, ସାଗର, ସୋନୁ, ଶିବ, ଜିମୂତ, ବାପି, ରାଜେଶ, ଲିଙ୍ଗ, ସନ୍ତୋଷ, ବଣ୍ଟି, ଅଶୋକ ଏବଂ ଅନ୍ୟାନ୍ୟ ସଦସ୍ୟଗଣ ବିଭିନ୍ନ ଦାୟିତ୍ୱମାନ ନେଇ ସହଯୋଗ କରିଥିଲେ I




