କାନନବାଳା ନନ୍ଦଙ୍କ ୧୫ତମ ଶ୍ରୁତିରେ ସମାଜ ସେବୀଙ୍କୁ ସମ୍ବର୍ଦ୍ଧିତ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବଲାଣି ଠାରେ ବିବେକାନନ୍ଦ – କାନନବାଳା ଫାଉଣ୍ଡେସନ ପକ୍ଷରୁ କାନନବାଳା ନନ୍ଦଙ୍କ ୧୫ତମ ଶ୍ରୁତି ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ବିଭିନ୍ନ ସମାଜ ହିତରେ ନିଜକୁ ନିୟୋଜିତ କରିଥିବା ବ୍ୟକ୍ତି ବିଶେଷ ତଥା ସମାଜସେବୀ ଓ ଗୋସେବକ ଙ୍କୁ ଭିନ୍ନ ଭିନ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବଲାଣି ବିଷ୍ଣୁ ମନ୍ଦିର ନିକଟରେ ଥିବା ନନ୍ଦ ପରିବାର ର ବାସସ୍ଥଳୀ ରେ କାନନବାଳା ନନ୍ଦ- ବିବେକାନନ୍ଦ ନନ୍ଦ ଫାଉଣ୍ଡେସନ ପରିବାର ପକ୍ଷରୁ ଅନ୍ୟାନ୍ୟ ବର୍ଷ ଭଳି ଏବର୍ଷ ମଧ୍ୟ ସ୍ବର୍ଗତ କାନନବାଳା ନନ୍ଦଙ୍କ ଶ୍ରୁତି ରେ ଏକ ସଭା ଆୟୋଜନ କରାଯାଇଥିଲା । ଯେଉଁଥିରେ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗାଁ ଗୁଡିକ ର ଲୋକେ କୋଭିଡ-19 ସମୟରେ କରନା ପୋଜେଟିଭ ଚିହ୍ନଟ ହୋଇ ସଙ୍ଗରୋଧ ଭାବେ ରହୁଥିବା ଲୋକଙ୍କୁ ଘରକୁ ଘର ବୁଲି ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଇଥିବା ଓ ନିକଟସ୍ତ ଗ୍ରାମର ଛୋଟ ଛୋଟ ପିଲାଙ୍କୁ ଶିକ୍ଷା ଦାନ କରି ଚର୍ଚ୍ଚିତ ହୋଇଥିବା ଓଡ଼ିଶା ସୀମାନ୍ତ ବର୍ତ୍ତି କିରିବୁରୁ ର ଯୁବକ ସନ୍ତୋଷ ପଣ୍ଡାଙ୍କୁ ସେବା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା , ଏବେ ରକ୍ତ ଦାନ କରିବାକୁ ବିଭିନ୍ନ ଜାଗାରେ ଯୁବକଙ୍କୁ ୱାଟସ୍ଅପ୍ ମାଧ୍ୟମରେ ପ୍ରେରିତ କରୁଛନ୍ତି ସନ୍ତୋଷ ପଣ୍ଡା । ବିଶିଷ୍ଟ ଶିକ୍ଷାବିତ୍ ଜଗମୋହନ ମହାନ୍ତ ଙ୍କୁ ଗୁରୁଶ୍ରୀ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ନନ୍ଦୀ ଗୋସେବା ସଂସ୍ଥାର ସଦସ୍ୟଙ୍କୁ ପ୍ରାଣୀ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଜନ କୀର୍ତ୍ତନ କରିବା ସହ ସେଠାରେ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ନନ୍ଦପରିବାର ତଥା ବିବେକାନନ୍ଦ କାନନବାଳା ଫାଉଣ୍ଡେସନ ପକ୍ଷରୁ ଅୟୋଜନ କରାଯାଇଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ।




