ଏସୟୁଜେ ଦାନଗଦି ଶାଖାରେ ଜାତୀୟ ପ୍ରେସ ଦିବସ ଓ ସମ୍ବର୍ଧନା ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ
ଯାଜପୁର _ ଯାଜପୁର ଜିଲ୍ଲା ଦାନଗଦି ଏସୟୁଜେ ଶାଖାରେ ଆଜି ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ , ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ଡଃ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ସ୍ତମ୍ଭକାର ବିରଞ୍ଚି ନାରାୟଣ ଦାସ , ସମ୍ମାନିତ ଅତିଥି ଭାବେ କଳିଙ୍ଗନଗରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁ ପ୍ରସନ୍ନ ମଲ୍କୀକ, ଅତିରିକ୍ତ ଆୟୁକ୍ତ ଭୁଲେଖ ଓ ବନ୍ଦୋବସ୍ତ କମିଶନର ଅକ୍ଷୟ କୁମାର ମଲ୍ଲୀକ ଏବଂ ଚିନ୍ତାମଣି ପାଢ଼ୀ ଓ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଥିଲେ। ସଭାପତିତ୍ବ କରିଥିଲେ ଜିଲ୍ଲା ସଭାପତି ସୁବାଷ ଧଳ। ଶେଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



