ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଗ୍ରୁପ୍ ପକ୍ଷରୁ ଲୋକଙ୍କୁ କମ୍ବଳ ବଣ୍ଟନ

କେନ୍ଦୁଝର ଜିଲ୍ଲା ଏକ ଖଣିଜ ପଦାର୍ଥ ଭରା ଓ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ସ୍ବେଚ୍ଛାସେବୀ ଅନୁଷ୍ଠାନ ରହିଥିବା ବେଳେ ଦେଖାଯାଏ କି କିଛି କିଛି ଅନୁଷ୍ଠାନ ଲୋକଙ୍କ ସେବାରେ ଅହରହ ଭାବେ ନିଜକୁ ସମର୍ପିତ କରି ଅଞ୍ଚଳର ଜନସାଧାରଣ ପାଇଁ କାର୍ଯ୍ୟ କରିଆସୁଥିବା ଦେଖିବାକୁ ମିଳେ। ସେଇଭଳି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଉଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଥିବା ସ୍ବେଚ୍ଛାସେବୀ ସଙ୍ଗଠନ ସେବାଗ୍ରୁପ୍। ଏହି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ଲୋକ ହିତରେ କାର୍ଯ୍ୟସବୁ କରି ଅଞ୍ଚଳରେ ଚର୍ଚ୍ଚାରେ ରହିଆସିଛି।

ତେବେ ଏବେ ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହି ସ୍ବେଚ୍ଛାସେବୀ ସଙ୍ଗଠନ ଆଉ ଏକ ପାଦ ଆଗକୁ ଆସି ଅଞ୍ଚଳର ଗରିବ ଶ୍ରେଣୀର ଜନସାଧାରଣ ଙ୍କୁ ପାଖାପାଖି ତିନିଶହ ଗୋଟି ଉନ୍ନତ ମାନର କମ୍ବଳ ବଣ୍ଟନ କରି ଲୋକଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ ପ୍ରୟାସ କରିଛି। ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କୁ ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ଚାରି ସ୍ଥିତ ସେବାଗ୍ରୁପ୍ କାର୍ଯ୍ୟାଳୟ ରେ ଅନୁଷ୍ଠିତ କରଯାଇଥିଲା। ଏହି ଅବସରରେ ସ୍ଥାନୀୟ ଲୋକେ ଅତି ହର୍ଷ ଉଲ୍ଲାସ ମଧ୍ୟରେ କମ୍ବଳ ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ସେବା ଗ୍ରୁପ୍ ର ସମସ୍ତ ସଦସ୍ୟଙ୍କ ସହାୟତାରେ ଅତି ସୁରୁଖୁରୁ ଭାବେ କରାଯାଇଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




