ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ବାର ଘଣ୍ଟିଆ ବନ୍ଦ ଡାକରା
କେନ୍ଦୁଝର ଜିଲ୍ଲାରେ ନାବାଳିକା କୁ ଦୁସ୍କର୍ମ କରିଥିବା ଅପରାଧୀ କୁ କଠୋର ଶାସ୍ତି ଦେବାକୁ ପ୍ରଶାସନ ନିକଟରେ ଦାବି କରିବା ସହ ସମଗ୍ର କେନ୍ଦୁଝର ଜିଲ୍ଲାରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା।କେନ୍ଦୁଝର ଜିଲ୍ଲା ବାଂଶପାଳରେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦର କେନ୍ଦୁଝର ଜିଲ୍ଲା ବନ୍ଦ ଡାକରାରେ ଚମ୍ପୁଆ ଉପଖଣ୍ଡରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ଚମ୍ପୁଆ ଓ ଯେlଡା ଓ ଭଦ୍ରାସାହୀ ଅଞ୍ଚଳରେ ଦେlକାନ ବଜାର ସହ ଚକଅଖ ସଂପୂର୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ଏବଂ ବିଶ୍ବ ହିନ୍ଦୁ ପରିଷଦର ସଦସ୍ୟ ମାନେ ବିଭିନ୍ନ ରାଜପଥ ଉପରେ ରାସ୍ତା ଅବରେlଧ କରିଥିବାରୁ ଗାଡି ମଟର ଚଳାଚଳ ସଂପୂର୍ଣ ବନ୍ଦ ରହିଥିଲା l ଯାତ୍ରୀ ମାନେ ଗୋଟିଏ ସ୍ଥାନରୁ ଆଉଗୋଟେ ସ୍ଥାନକୁ ଯିବାକୁ ହନ୍ତସନ୍ତ ହେଉଥିବା ବେଳେ ସ୍କୁଲ କଲେଜ ମଧ୍ୟ ସଂପୂର୍ଣ ବନ୍ଦ ରହିଛି। କିନ୍ତୁ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ସହରରେ ତାର ସମ୍ପୂର୍ଣ ବିପରୀତ ପରିଲକ୍ଷିତ ହୋଇଛି।କିଛି ସ୍କୁଲ ଓ ଯାତ୍ରୀ ବାହି ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ବାକି ସମ୍ପୂର୍ଣ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ,ବ୍ୟାଙ୍କ୍ ଓ ଅନ୍ୟାନ୍ୟ ଗାଡ଼ିସବୁ ସ୍ବଭାବିକ ଭାବରେ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା। ଏବଂ ଚମ୍ପୁଆ ଯୋଡ଼ା ଓ ବଡ଼ବିଲ ଅଞ୍ଚଳରେ କୌଣସି ପ୍ରକାରର ଅଘଟଣକୁ ଏଡ଼ାଇବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ବଜାର ସ୍ଥାନରେ ପୋଲିସ୍ ବଳୟ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



