ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏକ ବଡ଼ଧରଣର ଏନ୍କାଉଣ୍ଟର ହୋଇଛି। ଏହି ଏନ୍କାଉଣ୍ଟରରେ ୬ଜଣ ଟପ୍ ମାଓବାଦୀ ନେତା ନିହତ ହୋଇଥିବା ସୂଚନା ମିଳିଛି। ଏନ୍କାଉଣ୍ଟରରେ ଟପ୍ ମାଓବାଦୀ ନେତା ମାଡଭି ହିଡମା ଏବଂ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଲୁରି ସୀତାରାମରାଜୁ ଜିଲା ମେରେଡୁମୁଲିରେ ମାଓବାଦୀମାନେ ଲୁଚି ରହି ଏକ ବଡ଼ଧରଣର ଯୋଜନା ପ୍ରସ୍ତୁତ କରୁଥିବା ପୋଲିସକୁ ସୂଚନା ମିଳିଥିଲା।
ଏନେଇ ପୋଲିସ ଏବଂ ଯବାନ ମିଳିତ ଭାବେ ଅଞ୍ଚଳରେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ସେତିକିବେଳେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏନ୍କାଉଣ୍ଟରେ ୬ଜଣ ଟମ୍ ମାଓବାଦୀ ନେତା ନିହତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଅପରେଶନ ଜାରି ରହିଥିବା ଆନ୍ଧ୍ର ଡିଜିପି ସୂଚନା ଦେଇଛନ୍ତି।



