ସମସ୍ତଙ୍କୁ ଭଲ ପାଅ । ସମସ୍ତଙ୍କ ସେବା କର । ଏହା ହିଁ ଭାରତୀୟ ସଂସ୍କୃତିର ମୂଳମନ୍ତ୍ରୀ । ସତ୍ୟସାଇ ବାବାଙ୍କ ବାଣୀରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଥିଲା । ସମାଜର ସାମଗ୍ରିକ ବିକାଶ ପାଇଁ ସେ ନେଇଥିବା ପଦକ୍ଷେପଗୁଡିକ ଆଜି ବି ସେବା ଯୋଗାଇ ଆସୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସତ୍ୟସାଇଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସତ୍ୟସାଇ ବାବାଙ୍କ ପ୍ରଭାବ ଭାରତର କଲ୍ୟାଣକାରୀ ଯୋଜନାଗୁଡିକ ଉପରେ ପଡିଥିବା କହିଥିଲେ ।



