*୨୧ ତମ ପିଏମ୍ କିଷାନ୍ ସମ୍ମାନନିଧି କିସ୍ତି ପ୍ରଦାନ*

ପିଏମ୍ କିସାନ୍ ସମ୍ମାନନିଧି ର ୨୧ ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର କୋଏମ୍ବାଟୁର୍ ଠାରୁ ୧୯ ତାରିଖ ବୁଧବାର ଦିନ ପ୍ରଦାନ କରିଛନ୍ତି । ଯାହାର ସିଧା ପ୍ରସାରଣ ଆଭାସୀ ଜରିଆରେ ଅନୁଗୋଳସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ହୋଇଥିଲା । ଏହି ଯୋଜନାରେ ୪ ମାସକୁ ୨୦୦୦/- ଟଙ୍କା ହିସାବରେ ଏକ କିସ୍ତି ପ୍ରଦାନ କରାଯାଇଥାଏ । ଏହି ୨୧ ତମ କିସ୍ତିରେ ଅନୁଗୋଳ ଜିଲ୍ଲାର ମୋଟ ୧,୨୪,୪୧୩ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସର୍ବମୋଟ ୨୪ କୋଟି ୮୮ ଲକ୍ଷ ୨୬ ହଜାର ଟଙ୍କା ପ୍ରଦାନ କରାଗଲା । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କୃଷି ବିଭାଗ ତଥା କୃଷି ବିଜ୍ଞାନ କେନ୍ଦ୍ର, ଅନୁଗୋଳର ମିଳିତ ଆନୁକୁଲ୍ୟରେ ସଂଗଠିତ କରାଯାଇଥିଲା, ଯେଉଁଥିରେ ମାନ୍ୟବର ଲୋକସଭା ସାଂସଦ, ଢେଙ୍କାନାଳ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ, ଛେଣ୍ଡିପଦା ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ଲୋକସଭା ସାଂସଦ, ସମ୍ବଲପୁର ଙ୍କ ପ୍ରତିନିଧି ଶ୍ରୀ ସୁଦିପ୍ ଗଡ଼ନାୟକ, ମାନ୍ୟବର ବିଧାୟକ, ଅନୁଗୋଳଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଅନୁଗୋଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ସ୍ଥାୟୀ ବୈଠକ (କୃଷି)ର ଅଧ୍ୟକ୍ଷା ଶ୍ରୀମତୀ ମୀରା ଗଡ଼ନାୟକ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ସତ୍ୟନାରାୟଣ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ୧୫୦ ରୁ ଉର୍ଦ୍ଧ୍ୱ କୃଷକ ଓ କୃଷିଜିବୀ ମହିଳାମାନେ ଦେଖିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଉମାଶଙ୍କର ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଗଣ ତଥା କୃଷି ଅଧିକାରୀ ବୃନ୍ଦ ସହାୟତା କରିଥିଲେ । କେନ୍ଦ୍ର ର ମୁଖ୍ୟ ବୈଜ୍ଞାନିକ ଡ଼ ଦେବାଶିଷ ମିଶ୍ର ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।



