ଧୀରଜଲାଲ କଲେଜରେ ଜିଲ୍ଲାସ୍ତରୀୟ ରେଡକ୍ରସ ଶିବିର ଉଦଯାପିତ

ରାଇରଙ୍ଗପୁର – ଆଙ୍କର: ମୟୂରଭଞ୍ଜ ଜିଲ୍ଲା ବହଳଦାସ୍ଥିତ ଧୀରଜଲାଲ କଲେଜରେ ଗତ ୧୪ ତାରିଖ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ରେଡକ୍ରସ ଶିବିର ଉଦଯାପିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ମୋତିଲାଲ ମହାନ୍ତଙ୍କ ସଭାପତିତ୍ବରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଡକ୍ରସର ଆଜୀବନ ସଦସ୍ୟ ତଥା ସହୀଦ ମେମୋରିଆଲ କଲେଜର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଭୋଇ,ମୁଖ୍ୟବକ୍ତା ଭାବେ ସମାଜସେବୀ ଅଶୋକ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ଝରାଡିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଜୁନିୟର ରେଡ କ୍ରସ ଅଧିକାରୀ ସ୍ମୃତିରଞ୍ଜନ ପାଣି,ବହଳଦା ଥାନାର ସବଇନ୍ସପେକ୍ଟର ଅନନ୍ତ ଦାସ , ରେଡକ୍ରସର ଜିଲ୍ଲା ସଂଯୋଜକ ରାଜେଶ କୁମାର ଦାଶ ଯୋଗ ଦେଇଥିଲେ।ମା ବାସୁଳୀ କଲେଜ ଠାକୁରମୁଣ୍ଡାର କାଉନସିଲର ଅଧ୍ଯାପକ ବସନ୍ତ କୁମାର ଦାଶ ମଞ୍ଚ ପରିଚାଳନା କରିଥିଲେ। ଧୀରଜଲାଲ କଲେଜର ରେଡକ୍ରସ କାଉନସିଲର ଅଧ୍ଯାପକ ମଙ୍ଗଲ ସିଂ ଓ କୃଷ୍ଣ ସିଂ, ସାଧନ କର୍ମୀ ଭାବେ ହିମାଂଶୁ ଶେଖର ସାହୁ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ପୁରସ୍କାର ବିତରଣରେ ପ୍ରିୟସୀ ମିତ ଓ ରଶ୍ମିତା ବେହେରା ତଥା ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜରୁ ଆସିଥିବା କାଉନସିଲର ଓ ଛାତ୍ରଛାତ୍ରୀମାନେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ଯାପିକା ସ୍ନିଗ୍ଧାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଶ୍ରେଷ୍ଠ ପୁରୁଷ କାଉନସେଲର ଭାବେ ଶୀରପାଣି ମହାନ୍ତ, ଶ୍ରେଷ୍ଠ ମହିଳା କାଉନସେଲର ଭାବେ ସ୍ୱାତୀ ପ୍ରଜ୍ଞା ମହାନ୍ତ, ଉକ୍ତ ବିଦ୍ୟାଳୟର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଜ୍ୟୋତି ପ୍ରକାଶ ସୋରେନ, ଶ୍ରଦ୍ଧା ସୁମନ ଦତ୍ତଙ୍କୁ ମଞ୍ଚସୀନ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା Iଏଥିରେ ବରିଷ୍ଠ ଅଧ୍ୟାପିକା ସୁମିତ୍ରା ସଂଘମିତ୍ରା ମିଶ୍ର,ଅଧ୍ୟାପକ କିଶୋର ବେହେରା,କାଉନସେଲର ମାନସ କୁମାର ବେହେରା, ରଶ୍ମିତା ପରିଡା, ବନିତା ଧରୁଆ,ନରେଶ ଆଚାର୍ଯ୍ୟ, ଭରତ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ I



