ବିହାରର ଏନ୍ଡିଏର ବିପୁଳ ବିଜୟ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା । ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା। ବିହାର ବିଜୟ ମୋଦିଙ୍କ ନେତୃତ୍ବକୁ ବଡ଼ ସ୍ବୀକୃତି କହିଲେ ଧର୍ମେନ୍ଦ୍ର। ବିହାରରେ ଲଗାତାର ୨୦ ବର୍ଷ ଶାସନ ପରେ ବି ପୁଣି ଥରେ ଏନ୍ଡିଏ ବିଜୟୀ ହୋଇଛି।ଏହି ବିଜୟ ମୋଦିଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି ଦେଇଛି- ଧର୍ମେନ୍ଦ୍ର। ପୂରା ଦେଶରେ କଲ୍ୟାଣକାରୀ ଶାସନ ଚାଲିଥିବାରୁ NDA ଆସ୍ଥାଭାଜନ ହୋଇପାରିଛି ।ଦେଶ ବିଭାଜନ ମାନସିକତା ରଖୁଥିବା କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ନୂଆପଡ଼ାରେ ବିଜେପି ବିପୁଳ ଭୋଟ୍ରେ ବିଜୟୀ ହୋଇଛି, ଏହା ଅଦ୍ଭୂତପୂର୍ବ ବିଜୟ। ବିହାର ପ୍ରଭାରୀ ଦାୟିତ୍ବରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ।

December 9, 2025/
No Comments


