ଭୁବନେଶ୍ୱର- ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହାରି ମଧ୍ୟରେ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ଦିଆଯାଇଛି । ଏତଲାରେ କୁହାଯାଇଛି ଯେ ଷଡଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଛି।
ବଲାଙ୍ଗୀରର ବିଭିନ୍ନ ସଂଗଠନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ହ୍ୟୁମାନଙ୍କ ମା’ଙ୍କୁ ର୍ଦୁବ୍ୟବହାର ନେଇ ମଧ୍ୟ ଅଭିଯୋଗ ହୋଇଛି।ଏହା ପୂର୍ବରୁ ହ୍ୟୁମାନଙ୍କ ମାଆ ବିସ୍ଫୋରକ ବୟାନ ଦେଇ କହିଥିଲେ ହ୍ୟୁମାନଙ୍କ ମୃତ୍ୟ ପାଇଁ ୩ ଜଣ ଦାୟୀ। ଜଣେ ମହିଳାଙ୍କ ସହ ଅନ୍ୟ ଦୁଇ ଯୁବକଙ୍କ ନାଁ ନେଇଥିଲେ ହ୍ୟୁମାନଙ୍କ ମାଆ। ତାଙ୍କ ପୁଅକୁ ବ୍ୟବହାର କରାଯାଇଛି ଏବଂ ଜାଣି ଜାଣି ମାରି ଦିଆଯାଇଛି। ଆଜି ଏହି ଘଟଣାରେ ହ୍ୟୁମାନଙ୍କ ଦୁଇ ଜଣ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି।



