*ସେଣ୍ଟଜାଭିଅର ସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ଷ୍ଟିତ ଇଂରାଜୀ ମିଡ଼ିଅମ ସେଣ୍ଟ ଜାଭିଅର ସ୍କୁଲର ବିଜ୍ଞାନମେଳା ଆଜି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ହିନ୍ଦୋଳର ଆସିଷ୍ଟାଣ୍ଟ କଲେକ୍ଟର ବିଶ୍ୱଜିତ ରାଉତ ଯୋଗଦେଇ ଉଦଘାଟନ କରିଥିବାବେଳେ ସମ୍ନାନିତ ଅତିଥି ଭାବରେ ସ୍କୁଲ ଚେୟାରମ୍ୟାନ ବିଜୟକୁମାର ଦାସ,ପ୍ରିନସିପାଲ ଅପରାଜିତା ଦାସ ଓ ସଂଯୋଜକ ଭାବରେ ଶରତ ମହାରଣା ଓ ଉଦଯାପନୀ ରେ ବିଦ୍ୟୁତଲତା ଦାସ ଯୋଗଦେଇଥିଲେ।ଏହି ଉତ୍ସବରେ ୭୯ଟି ପ୍ରୋଜେକ୍ଟ ଛାତ୍ରଛାତ୍ରୀ ମାନେ ଉପସ୍ଥାପନା କରିଥିବାବେଳେ ସମସ୍ତ ପ୍ରୋଜେକ୍ଟ ଅତି ଉଚ୍ଚକୋଟିର ହୋଇଥିଲା ଏବଂ ଅତିଥିମାନେ ଏହାର ଉଚ୍ଚପ୍ରଶଂସା କରି ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ବିଜ୍ଞାନମେଳାରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ମାନେ ଯୋଗଦେଇଥିଲେ।



