ମହୁଲପାଲି ହାଇ ସ୍କୁଲରେ ସହିଦ ଲକ୍ଷ୍ମଣ ନାଏକ ଜୟନ୍ତୀ ପାଳିତ ,ବନ୍ୟ ପ୍ରାଣୀ ଓ ଅହିଂସା ଶୀର୍ଷକ ଆଲୋଚନା ଚକ୍ର
ବାମରା:୨୨ /୧୧: ବାମରା ବ୍ଲକ ଅନ୍ତର୍ଗତ ମହୁଲପାଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ସଭା କକ୍ଷରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ,ପ୍ରଚଣ୍ଡ ଗାନ୍ଧିବାଦୀ, ସହିଦ ଲକ୍ଷ୍ମଣ ନାଏକ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ କିରଣ ପ୍ରକାଶ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ‘ବନ୍ୟ ପ୍ରାଣୀ ଓ ଅହିଂସା ‘ ଶୀର୍ଷକ ଆଲୋଚନା ଚକ୍ର ‘ ରେ ବିଶିଷ୍ଟ ପରିବେଶବିତ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସହିଦ ଲକ୍ଷ୍ମଣ ନାୟକ କିପରି ଆଦିବାସୀ ଙ୍କ ଭିତରେ ଅହିଂସା ନୀତିକୁ ଲକରୀୟ କରିଥିଲେ ଏବଂ ଅହିଂସା ହିଁ ବନ୍ୟପ୍ରାଣୀଙ୍କ ସୁରକ୍ଷା କବଚ ,ସେ ଉପରେ ଆଲୋଚନା କରିଥିଲେ । ପ୍ରକୃତି ବନ୍ଧୁ ଅଲେଖ କୁମାର ପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସହିଦ ଲକ୍ଷ୍ମଣ ନାଏକ ଙ୍କ ଜୀବନୀ ସହ ଅହିଂସା ନୀତି ଉପରେ ଇଚନ କରିଥିଲେ । ଉଦ୍ୟାନ ବିଭାଗ ର ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ର କୁମାର ଦାସ ଓ ଅବସର ପ୍ରାପ୍ତ ରାଜ୍ୟପାଳ ପ୍ରାପ୍ତ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ସମଗ୍ର କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁ ପରିଚାଲନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ତୁଳସୀ ଲାକ୍ରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।ଏହା ପରେ ଲକ୍ଷ୍ମଣ ନାଏକ ଙ୍କ ସ୍ମୁତି ଉଦ୍ଦେଶ୍ୟରେ ଚାରା ରୋପଣ କରାଯାଇଥିଲା ।ଶେଷରେ ସହକାରୀ ଶିକ୍ଷୟିତ୍ରୀ ସୁପ୍ରିୟା ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ତିକୁ ସିବଞ୍ଜଳି ଅଟି,ବର୍ଷ ସୁନାନୀ, ସରୋଜ କିସାନ,ଶିବ କି ସାନ ଓ ଆଲୋକ ପଟେଲ ଆୟୋଜନ କରିଥିଲେ ।



