
*ଜନତା ସରକାରୀ ହାଇସ୍କୁଲରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପୋଷଣୀୟ ଜୀବନଶୈଳୀ ଉପରେ ଆଧାରିତ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ*
(ବରଗଡ଼)::(ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ଭୁକ୍ତାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଏବଂ ସମଗ୍ର ଶିକ୍ଷା ଅନ୍ତର୍ଭୁକ୍ତ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାରଙ୍କ ତତ୍ତ୍ଵାବଧାନରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଏବିଇଓ ଲାଲ ମୋହନ ସିଂ,ସମ୍ମାନିତ ଅତିଥି ଭାବରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ, ବ୍ଲକ ବିଜ୍ଞାନ ଫୋରମର ଅଧ୍ୟକ୍ଷ ତଥା ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ, ସଂପାଦକ ମନୋହର ସାହୁ,ବେନିଆପାଲି ସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ କାଲୋ,ଶିକ୍ଷକ ଈଶ୍ୱର ପଧାନ ମଞ୍ଚାସୀନ ଥିଲେ।ଇକୋ କ୍ଲବ ମାଷ୍ଟର ଟ୍ରେନର ଶ୍ରୀ ଖମାରୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଅତିଥିବୃନ୍ଦ ଉପଯୁକ୍ତ ଜୀବନ ଶୈଳୀ ଅବଲମ୍ବନ କଲେ ପରିବେଶ ସନ୍ତୁଳନ ରକ୍ଷା କରାଯାଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ।ବିଚାରକ ଭାବରେ ଅଧ୍ୟାପିକା ଦମୟନ୍ତୀ ହୋତା,ପୂର୍ବତନ ଶିକ୍ଷକ ହାରାଚନ୍ଦ ପଟେଲ୍,ଯୋଗେଶ ପଧାନ, ଶିକ୍ଷକ ନିରଞ୍ଜନ ପଟେଲ୍,ରାହୁଲ ସେଠ ଅରବିନ୍ଦ ବାରିକ ଓ ଜୟନ୍ତ ବାରିକ ଯୋଗଦେଇ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ।ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ପୋଷଣୀୟ ଜୀବନଶୈଳୀ ଉପରେ ଆଧାରିତ ପ୍ରକଳ୍ପଗୁଡ଼ିକ ସ୍ଥାନ ପାଇଥିଲା।

ଉଦଯାପନୀ ସମାରୋହରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଲରମ୍ଭା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ନେପାଳ ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ବୈଷ୍ଣବ ଭୋଇ, ପୂର୍ବତନ ଶିକ୍ଷକ ହାରାଚନ୍ଦ ପଟେଲ୍, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ପଧାନ, ବିଜ୍ଞାନ ଫୋରମର ଅଧ୍ୟକ୍ଷ ସଞ୍ଜୟ ଖମାରୀ ଯୋଗ ଦେଇ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।ଶିକ୍ଷକ ସନ୍ତୋଷ ମାଝୀ ଓ ସି ଆର ସି ସି ସୁମନ୍ତ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ସି ଆର୍ ସିସି କେଦାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ବ୍ଲକର ବିଭିନ୍ନ ସ୍କୁଲରୁ ଆସିଥିବା ଇକୋ କ୍ଲବ୍, ବିଜ୍ଞାନ କ୍ଲବ୍, ଗଣିତ କ୍ଳବ୍ ଓ ଶକ୍ତି କ୍ଳବର ସଦସ୍ୟ ଏହି ବିଜ୍ଞାନ ପ୍ରଦର୍ଶନୀରେ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବ୍ଲକର ସମସ୍ତ ସି ଆର ସି ସି,ଶିକ୍ଷକ ଶିକ୍ଷୟିତ୍ରୀ,ବିଜ୍ଞାନ ଫୋରମର ସଦସ୍ୟଙ୍କ ସମେତ ଭୁକ୍ତା ଜନତା ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ଯକ୍ରମ ସମ୍ପନ୍ନ ହୋଇଥିଲା।




