ଜଗତସିଂହପୁରରେ ବେଆଇନ ବାଲି ଚାଲାଣ ପାଇଁ ଚଢ଼ାଉ; ୪୦ରୁ ଊର୍ଦ୍ଧ୍ବ ହାଇୱା ଓ ଟ୍ରାକ୍ଟର ଜବତ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କିଲିପାଳ ଘାଟରୁ ବେଆଇନ ବାଲି ଚାଲାଣ ରୋକିବାକୁ ଚଢ଼ାଉ କରାଯାଇଛି। ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ଏସ୍ପିଙ୍କ ତତ୍ତ୍ବାବଧାନରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ୪୦ରୁ ଊର୍ଦ୍ଧ୍ବ ହାଇୱା ଓ ଟ୍ରାକ୍ଟର ଜବତ କରାଯାଇଛି। ଘଟଣାସ୍ଥଳରୁ ୫ ଜଣ ଡ୍ରାଇଭର ଓ ଜଣେ ମେକାନିକଙ୍କୁ ଧରିଛି ପୋଲିସ ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା।



