ଜାତୀୟ ରାଜପଥ ୫୨୦ରେ ସଡ଼କ ଦୁର୍ଘଟଣାରେ ଗଡିଲା ଆଉଏକ ମୁଣ୍ଡ
ଜାତୀୟ ରାଜପଥ ୫୨୦ରେ ଆଦାୟ ହେଉଛି ଟୋଲ୍ ହେଲେ ରାସ୍ତା ଅବସ୍ଥା ଦୂରାବସ୍ଥା।ଜୀବନ ନେଲା ଖରାପ ରାସ୍ତା l କେନ୍ଦୁଝର ଜିଲ୍ଲା ଯେlଡାଥାନା ଅନ୍ତର୍ଗତ ବାସୁଦେବପୁର ନିକଟରେ ୫୨୦ ନମ୍ୱର ଜାତୀୟ ରାଜପଥରେ ରାସ୍ତାରେ ଥିବା ଖାଲରେ ଭାରସାମ୍ୟ ହରାଇ ପଡିଲେ ବାଇକ ଚାଳକ l ପଛରୁ ଆସୁଥିବା ଟ୍ରକ ଚାପିଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୣତ୍ୟୁ ହୋଇଥିବା ନେଇ ସୂଚନା l ମୃତକଙ୍କ ପକେଟରୁ ମିଳିଥିବା ଡ୍ରାଇଭିଂ ଲାଇସେନ୍ସ ରୁ ମୣତକ ଦେବଗଡ ଜିଲ୍ଲା ବାଲାମ ଗ୍ରାମର ଗଣେଶ ବାଣିଚୁଲ ବେlଲି ପୁଲିସ ଅନୁମାନ କରୁଛି l ସେ ଯେlଡାରୁ ବାଇକରେ ଆସୁଥିବା ବେଳେ କାନପୁର ଡ୍ୟାମର ଓଭରବ୍ରିଜ ନିକଟରେ ରାସ୍ତାରେ ଥିବା ଖାଲରେ ଭାରସାମ୍ୟ ହରାଇ ବାଇକ ସହ ପଡି ଛିଟିକି ପଡିଥିଲେ ଏହି ସମୟରେ ପଛରୁ ଆସୁଥିବା ଏକଟ୍ରକ ତାକୁ ଚାପି ଘଟଣାସ୍ଥଳରୁ ଫେରାର ହେବାରୁ ଘଟଣା ସ୍ଥଳରେ ତାଙ୍କ ମୣତ୍ୟୁ ଘଟିଛି l ଘଟଣାସ୍ଥଳରେ କିଛିସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ପୁଲିସ ଘଟଣା ସ୍ଥଳରେ ପହଂଚି ମୣତଦେହ ଜବତକରି ଲୋକଙ୍କୁ ବୁଝାଶୁଝା କରି ମୣତଦେହ ନିକଟସ୍ଥ ବାସୁଦେବ ପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦୁର୍ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



