ବଡ଼ବିଲ ପୋଲିସ୍ ପକ୍ଷରୁ ଜନ ସମ୍ପର୍କ ମେଳା ଓ ମାଗଣା ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଡ଼ବିଲ:କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ପଞ୍ଚାୟତ ଅଧିନରେ ଥିବା କାଶିଆ ଗ୍ରାମରେ ବଡ଼ବିଲ ପୋଲିସ୍ ପକ୍ଷରୁ ଜନ ସମ୍ପର୍କ ମେଳା ଓ ମାଗଣା ସ୍ବାସ୍ଥ୍ୟ ସେବା ଶିବିର କାଶିଆ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ଓ ବଡ଼ବିଲ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡ଼ାକ୍ତର ଷୌଭାଗ୍ୟ ରଶ୍ମି ରଞ୍ଜନ ସାମଲ ମିଳିତ ଭାବେ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପିଙ୍ଗୁଆ କହିଥିଲେ କି ଆଜିର କାର୍ଯ୍ୟକ୍ରମ ର ମୁଖ୍ୟଉଦ୍ଦେଶ୍ୟ ପୋଲିସ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଓ ପୋଲିସ୍ ଓ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଯାହାକୁ ନେଇ ଆଜିର ଏହି କାର୍ଯ୍ୟକ୍ରମ କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ତାଙ୍କ ଅଭିଭାଷଣରେ କହିଥିଲେ। ଏହି କର୍ମଶାଳାରେ ଶତାଧିକ ସଂଖ୍ୟାରେ ଗ୍ରାମବାସୀ ମାନେ ଯୋଗଦେଇଥିଲେ ସେଥିରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ କମ୍ବଳ ,ଜଳଖିଆ ଓ ପାନୀୟ ଜଳ ବଣ୍ଟନ କରଯାଇଥିଲା। ଏବଂ ସ୍କୁଲ ର ପିଲା ମାନଙ୍କୁ ଖାତା ବହି ଓ ପେନ୍ସିଲ୍ କଲମ ପ୍ରଦାନ୍ କରଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ଙ୍କ ନିର୍ଦ୍ଦେଶକ୍ରମେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଅୟୋଜନ କରାଯାଇଥିବା ବେଳେ ଏସ ଆଇ ବରଦା ପ୍ରସନ୍ନ ସାହୁ, ଶ୍ରୀ ରାଉଳ, ଶ୍ରୀ ପଟେଲ, ଶ୍ରୀମତୀ କାରିଏଲି, ଅମିତ୍ ମହାରଣା ଓ ବଡ଼ବିଲ ଥାନାର ସମସ୍ତ ପୋଲିସ୍ କର୍ମୀଙ୍କ ସହଯୋଗରେ ଅୟୋଜନ କରାଯାଇଥିଲା ଯେଉଁଥିରେ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡ଼ାକ୍ତର ଷୌଭାଗ୍ୟ ରଶ୍ମି ରଞ୍ଜନ ସାମଲ ଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଟିମ୍ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଔଷଧ ବଣ୍ଟନ କରିଥିଲେ ଏବଂ ଅତିଥି ଭାବେ ବଡ଼ବିଲ ପୌରାଧିକାରି ରମେଶ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



