*ଅମ୍ବାଭୋନା ବ୍ଳକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫-୨୦୨୬ ଅନୁଷ୍ଠିତ*

(ବରଗଡ଼)::(ପବିତ୍ର ମେହେର)::ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ଜାଗ୍ରତ କରିବା ନିମନ୍ତେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ସାଉନ୍ତାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅମ୍ବାଭୋନା ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଇଓ ସୁଶ୍ରୀ ମିଶ୍ରାଣୀ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଡିଓ ଡଃ ଲଳିତ ବାଗ ମୁଖ୍ୟ ବକ୍ତା ଭାବରେ ବୈଜ୍ଞାନିକ ଡଃ ଶେଷଦେବ କିଷାନ,ସମ୍ମାନିତ ଅତିଥି ଭାବରେ ଲୋକସଭା ସାଂସଦ ପ୍ରତିନିଧି ଗୁନାରୁ ପ୍ରଧାନ,ବିଜ୍ଞାନ ନିରୀକ୍ଷକ ଧୀରଜ ପଟ୍ଟନାୟକ, ପଞ୍ଚସଖା ଶିକ୍ଷାସେତୁ ସଂଯୋଜକ ପ୍ରିୟବ୍ରତ ସାହୁ,ଏବିଇଓ ଲାଲମୋହନ ସିଂ, ସ୍ଥାନୀୟ ପ୍ରଧାନ ଶିକ୍ଷକ ପରମେଶ୍ବର ରଥ,ଡୁଙ୍ଗୁରି ସରପଞ୍ଚ ଗୀତାଞ୍ଜଳି ଦୋରା,ଜିଲ୍ଲା ପରିଷଦ ସଭ୍ୟ କଳ୍ପନାପ୍ରଧାନ, ସମାଜସେବିକା ପୁଷ୍ପା ସାହୁ ମଞ୍ଚାସୀନ ଥିଲେ।

ସି ଆର ସି ସି କେଦାର ନାଏକ ଓ ଶିକ୍ଷକ ରୋହିତ କୁମାର ଭୁଏ ମଞ୍ଚ ପରିଚାଳନା କରିଥିଲେ।ମୁଖ୍ୟ ବକ୍ତା ଡଃ ଶେଷଦେବ କିଷାନ ନିଜ ଅତୀତର ମହାନ ଅନୁଭୂତି ବର୍ଣ୍ଣନା କରି ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ଲକ୍ଷ୍ୟସ୍ଥଳକୁ ପହଞ୍ଚିବାକୁ ହେଲେ ଏକାଗ୍ରତାର ସହ ପରିଶ୍ରମ କରିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ।ଏହି ପ୍ରଦର୍ଶନୀରେ ଶିଶୁ ବୈଜ୍ଞାନିକମାନଙ୍କ ଦ୍ବାରା ପ୍ରସ୍ତୁତ ୧୯୭ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା।ଶିକ୍ଷକ ଆଦିତ୍ୟ ମାଝୀ, ପୁସ୍ତମ୍ ବିଶି,ଶିବ ପ୍ରସାଦ ବାଗ, ଡିଲେଶ୍ୱର କର୍ମୀ, କୁମୁଦ ସାହୁ, ତୋଷବନ୍ତ ପ୍ରଧାନ, ଧର୍ମରାଜ ପ୍ରଧାନ,ସୁପ୍ରଭା ସାହୁ, ବୈଲୋଚନ ପଧାନ ଓ ଗୋପବନ୍ଧୁ ମେହେର ଯୋଗ ଦେଇ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ।ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଚରଣ ସାହୁ,ସ୍ଵତନ୍ତ୍ର ଅତିଥି ଭାବରେ ବିଇଓ ମିଶ୍ରାଣୀ କୁମ୍ଭାର,ମୁଖ୍ୟ ବକ୍ତା ଭାବେ ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସଭାପତି ରାଜକୁମାର ବଘେଲ୍,ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ବ୍ଲକ ବିଜ୍ଞାନ ଫୋରମର ସଭାପତି ସଞ୍ଜୟ ଖମାରୀ,ସମ୍ପାଦକ ମନୋହର ସାହୁ,ସି ଆର ସି ସି ପ୍ରହଲ୍ଲାଦ ଡନସନା ମଞ୍ଚାସୀନ ଥିଲେ। ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଶିକ୍ଷକ ଜନକରାମ ବାରିକ ଓ ସି ଆରସି ସି ସନ୍ତୋଷ ମାଝୀ ପରିଚାଳନା କରିଥିଲେ।ସାଉନ୍ତାମାଲ ସ୍କୁଲର ଛାତ୍ରଛାତ୍ରୀ ସ୍ୱାଗତନୃତ୍ୟ ପରିବେଷଣ କରିଥିବା ବେଳେ ଲଖନପୁର ଓ ବଡ଼ଧରା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଶେଷରେ ପ୍ରଧାନ ଶିକ୍ଷକ ପରମେଶ୍ବର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରଦର୍ଶନୀରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସି ଆରସିସିଙ୍କ ସମେତ ବିଜ୍ଞାନ ଫୋରମର ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।




