ବିଶ୍ୱ ଏଡ୍ସ ଦିବସ ଅବସରରେ ଆରତୀସ୍କୁଲ ଓ ନର୍ସିଙ୍ଗ ପକ୍ଷରୁ ସଚେତନତା ରାଲି
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଆରତୀ ସ୍କୁଲ ଓ ଆରତୀ ନର୍ସିଙ୍ଗ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସହଯୋଗରେ ଏହି କାର୍ଯ୍ୟକ୍ରମ ପୂରା ଅଞ୍ଚଳରେ ସଚେତନତା ସୃଷ୍ଟି କରିଥିଲା।ବଡ଼ବିଲ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ, ଛାତ୍ରଛାତ୍ରୀମାନେ ବିଭିନ୍ନ ଜାଗୃକତା ସ୍ଲୋଗାନ ଦେଇ ଏକ ରାଲିରେ ବାହାରି ଥିଲେ। ସେମାନଙ୍କ ହାତରେ ପ୍ଲାକାର୍ଡ, ପୋଷ୍ଟର ଓ ରଙ୍ଗିନ ବ୍ୟାନର ଥିଲା, ଯେଉଁଥିରେ ଏଡ୍ସ ସମ୍ପର୍କିତ ସଚେତନତା ବାଣୀ ଲେଖାଯାଇ ଥିଲା।ରାଲିରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ଯେମିତିକି “ଏଡ୍ସରୁ ଦୂରେ ରୁହନ୍ତୁ – ସୁରକ୍ଷିତ ଜୀବନ ବାଛନ୍ତୁ”“ଜ୍ଞାନ ହିଁ ରକ୍ଷା – ଏଡ୍ସକୁ ରୋକିବା ପାଇଁ ଶିକ୍ଷା”“ଏଡ୍ସ ନୁହେଁ ଅପମାନ, ସଚେତନତା ହେଉ ବଢ଼ିଆ ପରିଚୟ”ବଡ଼ବିଲ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ଏଡ୍ସ ପ୍ରତିରୋଧ, ଲକ୍ଷଣ ଓ ଚିକିତ୍ସା ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ,ନର୍ସିଙ୍ଗ ଛାତ୍ରୀମାନେ ଲୁକ୍ଷ୍ୟାନ୍ତର୍ଗତ ପ୍ରଚାର, ପମ୍ପ୍ଲେଟ ବାଣ୍ଟଣା ଓ ସ୍ୱାସ୍ଥ୍ୟ ପରାମର୍ଶ ଦେଇ ଥିଲେ।ଆରତୀ ସ୍କୁଲ ପକ୍ଷରୁ ଏକ ଛୋଟ ନାଟକ ମାଧ୍ୟମରେ HIV/AIDS ସମ୍ପର୍କିତ ଭ୍ରମ ଦୂର କରିବାର ଚେଷ୍ଟା କରାଗଲା।ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ କହିଲେ, ଆରତୀ ହସ୍ପିଟାଲ ଡାକ୍ତର ଏସ ସି ଦାସ ବିଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ପୂର୍ଣ ଚନ୍ଦ୍ର ମହାକୁଡ଼“ ଜଗନ୍ନାଥ ମହାନ୍ତ, ପୁଷ୍ପା ଆପଟ,ଅର୍ଣ୍ଣପୁର୍ଣା ପାତ୍ର,ରଶ୍ମି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ଏଡ୍ସ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ସମାଜରେ ସଚେତନତା ବଢ଼ାଇବା ଓ ରୋଗୀଙ୍କୁ ସମ୍ମାନ ଦେବା ଏବଂ ଏହି ଅବସରରେ ଯୁବମାନଙ୍କ ଅଂଶଗ୍ରହଣ ଏକ ସୁସ୍ଥ ସମାଜ ଗଠନ ଦିଗରେ ଦୃଢ଼ ପଦକ୍ଷେପ ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



