
ମନରେଗା ଯୋଜନାରେ ଶ୍ରମିକ ଶାଜୁଛି ମେସିନ……….. କଙ୍କଡ଼ାହାଡ଼ ବ୍ଲକ ଉପାନ୍ତ ଅଞ୍ଚଳ ମହାବିରୋଡ଼ ପଂଚାୟତରେ ଦିନରେ ମନରେଗା ଯୋଜନାରେ ମେସିନ ଲଗେଇ କାର୍ଯ୍ୟ କରାଯାଉଛି!ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ଜୋନ ହେଇଥିବାରୁ ଭୟ ନ କରି କାମ ଖୋଲୁମଖୋଲା ମେସିନ ଲଗାଯାଉଛି!ଗରିବ ଜବକାର୍ଡ ଧାରୀ ଶ୍ରମିକ ପେଟକୁ ଲାତ ମରାଯାଉଛି!ଠିକାଦାର,ଏଡିଇଓ,ଯନ୍ତ୍ରୀଙ୍କ ମିଳିତ ଭଗତରେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ବାରମ୍ବାର ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ!ଏହି କାର୍ଯ୍ୟଟି ଧୋବଲି ପଥର ଉପ୍ରା ସ୍କୁଲର ମନରେଗାର କାର୍ଯ୍ୟ ହୋଇଛି!ଏହା ପୂର୍ବରୁ ମହାବିରୋଡ଼ କଲେଜର ମନରେଗା ଯୋଜନାର ଦୁର୍ନୀତି ହୋଇଥିବା ଅଭିଯୋଗର ଖବର ପ୍ରସାରଣ ହୋଇଥିଲା!କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ!ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ମାମିନା ନାୟକ ଏବଂ ଏ ଡ଼ି ଇ ଓ ଚିନ୍ମୟୀ ଶତପଥୀ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ରିସିଭ କରୁନାହାନ୍ତି! ଶ୍ରମିକ ମାନେ ହାତ ବାନ୍ଧି ବସିଛନ୍ତି!କିଛି ଦିନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ଦୁର୍ନୀତି ସରକାରୀ କର୍ମଚାରୀ ଉପରେ ତୁରନ୍ତ କାର୍ଯାନୁଷ୍ଠାନ ନିଆଯିବ କିନ୍ତୁ କଙ୍କଡ଼ାହାଡ଼ ବ୍ଲକରେ ଦୁର୍ନୀତି ବଢ଼ିବାରେ ଲାଗୁଛି ଦିନକୁ ଦିନ କେବେ ରୋକାଯିବ ଢେଙ୍କାନାଳ ଜିଲ୍ଲାପାଳ କଣ ପଦକ୍ଷେପ ନେଉଛନ୍ତି ମେସିନ ବନ୍ଧ କରିବାକୁ ଦେଖିବାକୁ ବାକି ରହିଲା



