ଅନୁଗୋଳରେ ୧୩୫ ନୂତନ ମତଦାନ କେନ୍ଦ୍ର ପାଇଁ ନିର୍ବାଚନ ଆୟୋଗଙ୍କ ମଞ୍ଜୁରୀ
ଅନୁଗୋଳ,ତା. ୦୩.୧୨:- ଅନୁଗୋଳ ଜିଲ୍ଲାରେ ମତଦାତାଙ୍କ ବହୁବିଧ ସୁବିଧା ପାଇଁ ୧୩୫ଟି ନୂତନ ମତଦାନ କେନ୍ଦ୍ର ଗଠନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଭାରତ ନିର୍ବାଚନ ଆୟୋଗ ଅନୁମୋଦନ କରିଛନ୍ତି । ଏହି ପଦକ୍ଷେପ ଦ୍ବାରା ମତଦାନ ସମୟରେ ଲୋକମାନଙ୍କ ଭିଡ କମିବା ସହିତ ଭୋଟ ଦାନ କେନ୍ଦ୍ରର ଦୂରତା ବହୁ ମାତ୍ରାରେ ହ୍ରାସ ପାଇବ । ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ପୂର୍ବରୁ ୧୧୬୩ଟି ମତଦାନ କେନ୍ଦ୍ର ରହିଥିଲା । ତେବେ ଏହି ୧୩୫ଟି ନୂତନ କେନ୍ଦ୍ର ତେବେ ଏ ବୃଦ୍ଧି ପାଇବା ପରେ ଜିଲ୍ଲାରେ ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୧୨୯୮କୁ ବୃଦ୍ଧି ପାଇଛି । ନିର୍ବାଚନ ଆୟୋଗ ୨୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତନ କରିବା ସହ ୪ ଟି ମତଦାନ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ କରିଛନ୍ତି ।



