ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ ବଅଁରପାଳ : ବଅଁରପାଳ ଥାନା ନିକଟ ନୂଆହତା ଗ୍ରାମ ୫୫ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଗଡ଼ସନ୍ତ୍ରୀ ଗାଁର ୭୦ ବର୍ଷୀୟ ଫକୀର ମୋହନ ମାଝୀ ଘରକୁ ଏକ ବାଇକରେ ଆସୁଥିବାବେଳେ କଣ୍ଟାବଣିଆ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ଫକୀରଙ୍କ ମୃତ୍ୟୁ ହୋଇଥିଲା । ଘଟଣା ବିଷୟରେ ଖବର ପାଇ ବଅଁରପାଳ ପୋଲିସ ପହଁଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବାବେଳେ ଦୁର୍ଘଟଣାକୁ ନେଇ…