ଶ୍ରୀନଗର: ଜମ୍ମୁ କାଶ୍ମୀରର ଅଂଜି ଖଡ୍ ବ୍ରିଜରେ ଗଡ଼ିଲା ପ୍ରଥମ ଇଲେକ୍ଟ୍ରି ରେଳ ଇଞ୍ଜିନ୍। ଏକ ନମ୍ବର ଟନେଲ୍ ଦେଇ ରେଳ ଇଞ୍ଜିନ୍ ଗଡ଼ିଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ରେଳ ମାଧ୍ୟମରେ କାଶ୍ମୀରକୁ ଦେଶ ସହ ଯୋଡିବାର ସ୍ୱପ୍ନ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି। କଟରା ଠାରୁ ରିୟାସି ପର୍ଯ୍ୟନ୍ତ ନିର୍ମିତ ମାର୍ଗରେ ଛାଡିଥିବା ଶେଷ ଟି -33 ଟନେଲର କାର୍ଯ୍ୟ ସମାପ୍ତ ହୋଇଛି। ପ୍ରଥମ ଥର ପାଇଁ କଟରା ଠାରୁ ରିୟାସି ରୁଟ୍ ପର୍ଯ୍ୟନ୍ତ ଟ୍ରେନ୍ ଇଞ୍ଜିନ୍ ଏବଂ ସାମଗ୍ରୀ ଟ୍ରେନ୍ ର ପରୀକ୍ଷା କରାଯାଇଥିଲା। ଏହାପୂର୍ବରୁ, ବିଶ୍ୱର ସର୍ବୋଚ୍ଚ…