ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ସାମାନ୍ୟ ହ୍ରାସ ସକାଳ ୫ଟା ସୁଦ୍ଧା ଯମୁନା ଜଳସ୍ତର ୨୦୮.୪୬ ମିଟର। ଏବେବି ବିପଦ ସଙ୍କେତ ଠାରୁ ୩ ମିଟର ଉପରେ ଯମୁନା ପ୍ରବାହିତ। ଯମୁନା ଜଳସ୍ତର ସାମାନ୍ୟ ହ୍ରାସ ସତ୍ତ୍ୱେ ଜଳମଗ୍ନ ଦିଲ୍ଲୀ। ରାସ୍ତାଘାଟରେ ପାଣି, ଟ୍ରାଫିକ ଓ ମେଟ୍ରୋ ସେବା ପ୍ରଭାବିତ।
ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ସାମାନ୍ୟ ହ୍ରାସ ସକାଳ ୫ଟା ସୁଦ୍ଧା ଯମୁନା ଜଳସ୍ତର ୨୦୮.୪୬ ମିଟର। ଏବେବି ବିପଦ ସଙ୍କେତ ଠାରୁ ୩ ମିଟର ଉପରେ ଯମୁନା ପ୍ରବାହିତ। ଯମୁନା ଜଳସ୍ତର ସାମାନ୍ୟ ହ୍ରାସ ସତ୍ତ୍ୱେ ଜଳମଗ୍ନ ଦିଲ୍ଲୀ। ରାସ୍ତାଘାଟରେ ପାଣି, ଟ୍ରାଫିକ ଓ ମେଟ୍ରୋ ସେବା ପ୍ରଭାବିତ।
ନୂଆଦିଲ୍ଲୀ,୧୦।୭: ଚାଇନା ଓ ପାକିସ୍ତାନର ଗତିବିଧିକୁ ଦେଖି ଭାରତ ନିଜକୁ ଲଗାତାର ଭାବେ ମଜଭୁତ କରି ଚାଲିଛି। ଗତ କିଛି ବର୍ଷରେ ଭାରତୀୟ ସେନାଙ୍କ ଶକ୍ତି କିଛି ଗୁଣା ବୃଦ୍ଧି ହୋଇଛି। ଇତିମଧ୍ୟରେ ଭାରତୀୟ ନୌସେନାର ଶକ୍ତି ବି କିଛି ଗୁଣା ବୃଦ୍ଧି ହେବାକୁ ଯାଉଛି। ଆଇଏନଏସ ବିକ୍ରାନ୍ତ ପାଇଁ ଫ୍ରାନ୍ସରୁ ୨୬ଟି ରାଫାଲ ବିମାନ ପାଇଁ ଏକ ଚୁକ୍ତି ହୋଇପାରେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ସ୍ବାକ୍ଷରିତ ହୋଇପାରେ ବୋଲି କୁହାଯାଉଛି । ଆହୁରି ମଧ୍ୟ କୁହାଯାଉଛି ଯେ ମୋଦିଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏହି କୋଟି କୋଟି ଟଙ୍କାର ଚୁକ୍ତି ଉପରେ…
ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ଜଣକ ସ୍ଥାନରେ ଆଉଜଣେ ପରୀକ୍ଷା ଦେବା ମାମଲାର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ। ଏମ୍ସର ବିଏସ୍ସି (ରେଡିଓଲୋଜି, ୨ୟ ବର୍ଷ)ର ଛାତ୍ର ନରେଶ ବିଶ୍ରୋଇ ଏକ କାରବାରର ସୂତ୍ରଧର। ସେ ଏମ୍ସର ବିଏସ୍ସି (ରେଡିଓଲୋଜି, ୧ମ ବର୍ଷ)ର ଛାତ୍ରମାନଙ୍କୁ ଏହି କାମରେ ନିୟୋଜିତ କରିଥିଲା। ଦେଶବ୍ୟାପୀ ହେଉଥିବା ନିଟ୍ ପରୀକ୍ଷାରେ ଏମ୍ସର ପ୍ରଥମ ବର୍ଷର ଛାତ୍ରମାନଙ୍କ ଦ୍ବାରା ପରୀକ୍ଷା ଦିଆଯାଉଥିଲା। ଏହିପରି ତିନୋଟି ଜାଗାରେ ପରୀକ୍ଷା ଦିଆଯାଇଥିବା ଘଟଣା ପୁଲିସ ନଜରକୁ ଆସିଛି। ପୁଲିସ ଏହି ମାମଲାରେ ଚାରିଜଣଙ୍କୁ ଗିରଫ କରିଛି। ଆର୍କେପୁରମ୍ ଥାନା ପୁଲିସ ଦ୍ବାରା ସୋମବାର ସକାଳେ ନରେଶକୁ ଗିରଫ କରିଛି। ସଂଜୁ ଯାଦବ…
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମପଞ୍ଚାୟତ ର ପାଟଣା ସାହି ଠାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବା ସହ ଶିଳା ନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନ ସଭାର ଉପ ବାଚସ୍ପତି ରଜନିକାନ୍ତ ସିଂହ, ଅଞ୍ଚଳର ସାମାଜ ସେବି ଗଙ୍ଗାଧର ସାମଲ, ବଅଁରପାଳ ବ୍ଲକ ଅଧକ୍ଷ ବିଜୟ କୁମାର ନାଥ ଓ ଗ୍ରାମର ବିଶିଷ୍ଠ ସାମାଜ ସେବୀ ତଥା ବିଜେବି ମଣ୍ଡଳ କାର୍ଯ୍ୟକାରି ସଦସ୍ୟ ଅଶୋକ କୁମାର ଧିର ଯୋଗଦାନ କରିଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୂଜକ ଆଚାର୍ଯ୍ୟ ବସନ୍ତ କୁମାର ଷଡଙ୍ଗୀ, ଜୟ କୃଷ୍ଣ ରଥ, ସିଦ୍ଧେଶ୍ଵର ପାଣି, ଶାନ୍ତନୁ କୁମାର…
ଉନ୍ନତ ଚିକିସ୍ଥା ପାଇଁ ୮ ଗୁରୁତ୍ତର ଶ୍ରମିକକୁ ଏୟାରଲିଫ୍ଟ କରାଇଲା ଟାଟା କାରଖାନା ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାର BFPP – 2 ରେ ଗତ ମଙ୍ଗଳବାର ଘଟିଥିବା ଦୁର୍ଘଟଣାରେ ୧୯ ଜଣ ଶ୍ରମିକ ଗୁରୁତ୍ତର ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିସ୍ଥା ହୋଇଥିଲେ। ସେଥିମଧ୍ୟରୁ କିଛି ଶ୍ରମିକ ଭିଷଣ ରୂପେ ଗୁରୁତ୍ତର ହୋଇଥିଲେ। କାରଖାନାର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ସମସ୍ତେ ଅଶ୍ଵିନି ଟ୍ରମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ଚିକିସ୍ଥା ପରେ କାରଖାନା କତୃପକ୍ଷ ୮ ଜଣ ଶ୍ରମିକ ଉନ୍ନତ ଚିକିତ୍ସା ଦରକାର ପଡୁଥିବା ରୁ ସେମାନଙ୍କୁ ଏୟାରଲିଫ୍ଟ କରି ଟାଟା ଏଟିଏମ…
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ହେବ। ମେ ୨୯ ତାରିଖ ଦିନ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ୧୫ ଦିନରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଆଜି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି। ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି। ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ,…
ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କମ୍ପାନୀରେ ମଙ୍ଗଳବାର ବଡ଼ଧରଣର ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ଟାରେ କାରଖାନାର ବ୍ଲାଷ୍ଟ ଫର୍ନେଶ ଷ୍ଟିମ୍ ଲାଇନ୍ ଫାଟି ଉତ୍ତପ୍ତ ବାଷ୍ପ ନିର୍ଗମନ ହେବାରୁ ୨ ଅଧିକାରୀଙ୍କ ସମେତ ୧୮ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍ଗିନ ଥିବାରୁ ଜଣଙ୍କୁ ଆଇସିୟୁରେ ଏବଂ ଅନ୍ୟ ୬ ଜଣଙ୍କୁ ସେମି ଆଇସିୟୁରେ ଚିକିତ୍ସା କରାଯାଉଛି। ଅବଶିଷ୍ଟ ୧୧ ଜଣ କାଜୁଆଲିଟିରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ସେମାନଙ୍କୁ ଅନ୍ୟ ଓ୍ବାର୍ଡକୁ ସ୍ଥାନାନ୍ତର…
ଖୋଲାରହିବାର ପଦ୍ଧତିରେ ପରିବର୍ତ୍ତନ ଅଭିଯୋଗ ଆବେଦନର ସମୟସୀମା ୩୦ ଦିନରୁ ୯୦ ଦିନକୁ ବୃଦ୍ଧି ଭୁବନେଶ୍ୱର (୧୩ / ୦୬ / ୨୦୨୩) କାଳିଆ ହିତାଧ୍ୟାକାରୀ କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖ୍ କାଳିଆ ସହାୟତା ଅନ୍ଲାଇନ୍ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତ୍ତନ କରାଯିବା ସହିତ ସମୟସୀମାକୁ ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଏ ସଂପର୍କିତ ସଂଶୋଧୂତ ଆଦେଶନାମା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି କରାଯାଇଛି । ସଂଶୋଧୂତ ଆଦେଶନାମାରେ ୨୦୨୧ ମଇ ୫…
ଜିଲା ପରିଷଦ ସମ୍ମିଳନୀ ହଲ୍ ୨ୟ ମହଲା ଅନୁଗୋଳ ୧୩ ଜୁନ୍ ୨୦୨୩ ଦିନ ୧୦ ଟା ୧୦ ମିନିଟରେ ନିମ୍ନଲିଖିତ ପୋଷ୍ଟର ଚୁକ୍ତିନାମା ପାଇଁ ୨୦୨୩ ଶିକ୍ଷାବର୍ଷର ଅବଶିଷ୍ଟ ସମୟ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ଏକ ପଦଯାତ୍ରା ଅନୁଷ୍ଠିତ ହେବ | କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ ପର୍ଯ୍ୟନ୍ତ ଯାହାକି ପୂର୍ବରୁ ଅଛି | ୬୫ ବର୍ଷରୁ କମ ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କର ସମ୍ପୂର୍ଣ୍ଣ ବାୟୋ ତଥ୍ୟ ଏବଂ ସମାନ ଫଟୋ କପି ସହିତ ସମସ୍ତ ମୂଳ ପ୍ରମାଣପତ୍ର ସହିତ ସାକ୍ଷାତକାରରେ ଯୋଗ ଦେଇପାରିବେ |
ଅନୁଗୋଳ ଜିଲ୍ଲା ନାଲକୋ ଥାନା ରେ ଆଜି ଠାରୁ କାର୍ଯ୍ୟର ଦାୟିତ୍ବ ଗ୍ରହଣ କରିଛନ୍ତି। ଏ ନେଇ ଅନୁଗୋଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ଆଜି ନୂତନ ଭାବେ ଯୋଗ ଦେଇଥିବା ନାଲକୋ ଥାନା ଅଧିକାରିଣୀ ଯାଜ୍ଞସେନୀ ପ୍ରଧାନ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଉତ୍ତରୀୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟ ଭାର ସମ୍ଭାଳିବା ପରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଯେ, ଏଠାରେ କୌଣସି ଅପରାଧ କୁ କ୍ଷମ କରାଯିବ ନାହିଁ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ।
All rights reserved. Designed by Inter Softech