କୋଲକାତା: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଚଳିତ ରଣଜୀ ସିଜନ ପରେ ସେ କ୍ରିକେଟକୁ ଅଲବିଦା କହିବେ । ୪୦ ବର୍ଷୀୟ ରିଦ୍ଧିମାନ ଭାରତ ପକ୍ଷରୁ ୪୦ ଟେଷ୍ଟ ଖେଳିଛନ୍ତି । ସେ ୩ଶତକ ସହ ୧୩୫୩ ରନ ସଂଗ୍ରହ କରିଛନ୍ତି । ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପରେ ଶାହଙ୍କ ଉପରେ ଟିମ ଇଣ୍ଡିଆ ସମ୍ପୂର୍ଣ୍ଣ ଭରୋଷା ରଖିଥିଲା ।୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ରାହୁଲ ଡ୍ରାଭିଡ କୋଚ ଏବଂ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବା ପରେ ଶାହ…