ବଲାଙ୍ଗିର,୧୨/୭ : ଓଡ଼ିଶା ଡ୍ରାଇଭର ମହାସଙ୍ଘ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କୁ ପୋଲିସ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ପୋଲିସ ଆଦିତ୍ୟଙ୍କୁ ଗିରଫ କରିଛି । ଦେବଗଡର ଡ୍ରାଇଭର ମହାସଙ୍ଘ କାର୍ଯ୍ୟାଳୟରୁ ଆଦିତ୍ୟଙ୍କୁ ଗିରଫ କରାଯାଇଛି । ଆଜି ପଂଚମ ଦିନରେ ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଥିବାବେଳେ ରାଜ୍ୟ କୋଷାଧ୍ୟକ୍ଷ ଗିରଫ ହୋଇଛନ୍ତି । ପୁଇଁତଳା ଥାନା ଭଇଁସାପାଲି ନିକଟରେ ମିନି ଟ୍ରକ ଚାଳକଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ କରାଯାଇଛି । ପୁଇଁତଳା ଥାନା ଭାଲେର ଗ୍ରାମର ମନୋଜ ବଗର୍ତି ମିନି ଟ୍ରକ ନେଇ ଯାଉଥିବାବେଳେ ୩୦ରୁ ୪୦ଜଣ…




