କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧.୪୨ କୋଟି ଋଣ ଠକେଇ, ମହିଳା ସୁପରଭାଇଜର ଗିରଫ ବ୍ରହ୍ମପୁର: ଦିନକୁ ଦିନ ଠକକ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଆସିକା ପରେ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନ ବିଜିପୁର ସମବାୟ ବ୍ୟାଙ୍କ୍ ଶାଖାରେ ୧ କୋଟି ୪୨ ଲକ୍ଷ ଟଙ୍କାର ଋଣ ଘୋଟାଲା ହୋଇଥିବା ଖବର ସାମ୍ନାକୁ ଆସିଛି। ସଂପୃକ୍ତ ମାମଲାରେ ପୂର୍ବତନ ଶାଖା ପରିଚାଳକଙ୍କୁ ଗିରଫ କରାଯାଇଛି। ତାଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଗୋଷାଣି ନୂଆ ଗାଁ ଥାନା ପୋଲିସ। ଏହି ମାମଲାରେ ମହିଳା ସୁପରଭାଇଜର ବି ଗିରଫ ହୋଇଥିବା ସୂଚନା ରହିଛି। ସୂଚନା ଅନୁସାରେ ଭିନ୍ନ ଲୋକଙ୍କ ନାଁରେ ବିନା କାଗଜ ପତ୍ରରେ…