
ଭୂବନେଶ୍ୱର, ୦୪/୦୨: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ବାବୁ । ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସ୍ଆଇ ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଛି ଭିଜିଲାନ୍ସ ଟିମ୍ । ଦୁର୍ଘଟଣା କେସ୍ରେ ଫଶିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍କୁ ଛାଡିବାକୁ ଥାନା ବାବୁ ଜଣଙ୍କ ଲାଞ୍ଚ ନେଉଥିଲେ । ବ୍ୟକ୍ତି ଜଣକ ଶ୍ରୀ ଭୋଇଙ୍କୁ ଗତ ଏକ ମାସ ଧରି ମୋଟରସାଇକେଲ ଛାଡିଦେବାକୁ ଅନୁରୋଧ କରିଥିଲେ। ହେଲେ ଏଥିପାଇଁ ଶ୍ରୀ ଭୋଇ ତାଙ୍କୁ ୬୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହା ପରେ ବ୍ୟକ୍ତି ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଜଣାଇଥିଲେ।…