ରାଜ୍ୟରେ ୩୦ ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୨୯୮୯ ପଜିଟିଭ୍ ଚିହ୍ନଟ ଜେ ବି ଏନ, ୧୫/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୮୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୮୩୪୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୩୩ ଜଣ କ୍ରାରେଣ୍ଟାଇନରେ ରହିଥିବା ବେଳେ ୧୨୫୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।