
ଆଧାର ଏବଂ ଭୋଟର ଆଇଡି (ଇପିଆଇସି) ଲିଙ୍କ୍ କରିବାର ରାସ୍ତା ପରିଷ୍କାର ହୋଇଯାଇଛି । ମଙ୍ଗଳବାର ଦିନ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ, ଦେଶର ନିର୍ବାଚନ କମିଶନ ଦୁଇଟିକୁ ଲିଙ୍କ କରିବାକୁ ଅନୁମତି ଦେଇଛନ୍ତି । ଏ ସମ୍ପର୍କରେ ଏକ ବିବୃତ୍ତିରେ ନିର୍ବାଚନ କମିଶନ କହିଛନ୍ତି ଯେ, ସମ୍ବିଧାନର ଧାରା ୩୨୬ ଏବଂ ଜନପ୍ରତିନିଧି ଆଇନର ଧାରା ୨୩(୪), ୨୩(୫) ଏବଂ ୨୩(୬) ଅନୁଯାୟୀ ଇପିଆଇସିକୁ ଆଧାର ସହିତ ଲିଙ୍କ୍ କରାଯିବ । ପୂର୍ବରୁ ସରକାର ଆଧାର ସହିତ ପାନ କାର୍ଡକୁ ଲିଙ୍କ୍ କରିବାକୁ ନିଷ୍ପତ୍ତି ନେଇଥିଲେ ।ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ ସମ୍ବିଧାନର ଧାରା…