ଭୂବନେଶ୍ବର: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀର ଗୁରୁଗ୍ରାମ ମେଦାନ୍ତ ହସ୍ପିାଟଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ସେ ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଓଡ଼ିଶା ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି । ୧୯୭୭ ମସିହାରେ ପ୍ରଥମ ସିନେମା ‘ଅଭିମାନ’ରୁ ବର୍ଷିୟାନ ଅଭିନେତା ଫିଲ୍ମ ଜଗତରେ ପାଦ ଦେଇଥିଲେ । ସେ ଓଡ଼ିଆ ସମେତ ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଉତ୍ତମ ମହାନ୍ତି ଓଡ଼ିଆ ଫିଲ୍ମ ଜଗତକୁ…









