
ଭୂବନେଶ୍ୱର: କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କୋଷାଧ୍ୟକ୍ଷ, ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ। ଯାହାପରେ ଶନିବାର ଦିନ ୩୦ ଜଣିଆ ନୂତନ ପଦାଧିକାରୀ ଦଳ ନିଯୁକ୍ତ କରିଛି ଓପିସିସି। କଂଗ୍ରେସ ଅଧ୍ୟକ୍ଷ ଓପିସିସି ପାଇଁ ସାତ ଜଣ ଉପାଧ୍ୟକ୍ଷ, ୧୦ ଜଣ ସାଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତ କରିଥିବା ନେଇ ଜଣାପଡ଼ିଛି। ତେବେ ରାଜ୍ୟ କଂଗ୍ରେସ ଦଳର ନୂତନ କୋଷାଧ୍ୟକ୍ଷ ଭାବରେ ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଚୟନ କରିଥିବା ବେଳେ ପାଞ୍ଚ ଥର ବିଧାୟକ ହୋଇ ସାରିଥିବା…