ନୂଆଦିଲ୍ଲୀ: ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଭି. ନାରାୟଣନ । ଏସ. ସୋମନାଥଙ୍କ ସ୍ଥାନ ନେବେ ଭି. ନାରାୟଣନ । କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୪ ତାରିଖରେ ଇସ୍ରୋର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବେ ନାରାୟଣନ । ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଇସ୍ରୋର ଅଧ୍ୟକ୍ଷ ଦାୟିତ୍ବରେ ରହିବେ ନାରାୟଣନ । ନିଯୁକ୍ତି ହେବା ପରେ ନାରାୟଣନ କହିଛନ୍ତି, ଆମ ପାଖରେ ଅନେକ ମହାନ ପ୍ରତିଭା ଅଛନ୍ତି । ସମସ୍ତଙ୍କୁ ଏକା ସଙ୍ଗରେ ନେଇ ଇସ୍ରୋକୁ ଅଧିକ ଉଚ୍ଚତାରେ ପହଞ୍ଚାଇବି। ଏହା ମୋର ଶପଥ…