
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱ ଯୋଗ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଶାଖାପାଟଣାରେ ୩ ଲକ୍ଷ ଲୋକଙ୍କ ସହିତ ଏକ ସାମୁହିକ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି । ଆଜି ସାରା ଦେଶରେ ସାଢେ ତିନି ଲକ୍ଷରୁ ଅଧିକ ସ୍ଥାନରେ ସାମୁହିକ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ ଦିବସ ପାଳନ କରାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଧମପୁରରେ ସୈନିକଙ୍କ ସହିତ ଏକ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନ ପରିସରରେ ଯୋଗ କରୁଥିବାର ଦେଖାଯିବେ…