Spread the love

ବୁଢାପଙ୍କ ଗ୍ରାମରେ ମା ବାଉତିଙ୍କ ବାର୍ଷିକ ଉତ୍ସବ ପାଳିତ

ଆଜି ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମରେ ଗ୍ରାମ ଦେବୀ ମା ବାଉତିଙ୍କର ବାର୍ଷିକ ଯାତ୍ରା ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଆଜି ଅପରାହ୍ନ ତିନିଟା ସମୟରେ ମା ବାଉତିଙ୍କ ଆଲମ ଗ୍ରାମ ର ଗଡ଼ ସାହି ଦେବୀ ଘରୁ ବାହାରି ଗ୍ରାମ ପରିକ୍ରମା କରି ମା ବାଉତି ଙ୍କ ପୀଠ ରେ ପହଞ୍ଚି ଥିଲେ। ପ୍ରଥମେ ମା ଙ୍କ ପୂଜକ ଖଣ୍ଡୁଆଳ ମା ଙ୍କ ଆଜ୍ଞା ପାଇ ପୀଠ ଅଭିମୁଖେ ଯାତ୍ରା କରାଇଥିଲେ। ମା ଙ୍କ ପୂଜା ଯଥା ରୀତି ସମାପନ ପରେ ଗ୍ରାମରେ ଏକ ବିରାଟ ପଟୁଆର ସହ ମା ଙ୍କ ପୀଠ ଯାତ୍ରା ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରକାରର ବାଜା, ଡିଜେ, ଲଉଡ଼ି ଖେଳ, ରେକର୍ଡ ଡ୍ୟlନସ୍ ଓ ବିଭିନ୍ନ ପ୍ରକାର ନୃତ୍ୟ ସଙ୍ଗୀତ ସହ ପଟୁଆର ସାଜସଜ୍ଜା ହୋଇଥିଲା। ଆଯି ରାତ୍ରୀ ସମୟରେ ଜନ୍ତାଳ ବାଦ୍ୟ ସହ ମା ଙ୍କ ରାତ୍ର ପୂଜା ଅନୁଷ୍ଠିତ ହେବ। ଦେବୀ ଙ୍କ ପୀଠରେ ଆଜି ସକାଳ ସମୟରୁ ଶହ ଶହ ଶ୍ରଦ୍ଧାଳୁ ଅଧିଆ ପଡିଛନ୍ତି। ଲୋକ କଥାନୁସାରେ ଏଠାରେ ଅଧିଆ ପଡିଲେ ନାନା ପ୍ରକାର ସୁଫଳ ପାଇଛନ୍ତି ଭକ୍ତ। ଏହି ଯାତ୍ରା ଗ୍ରାମ ପୂଜା କମିଟି ଆୟୋଜନ ଓ ପରିଚାଳନା କରିଥିଲେ। ବିଭିନ୍ନ ସ୍ଥାନରୁ ଷ୍ଟଲ୍ ମାନ ପଡ଼ିଥିବା ବେଳେ ହଜାର ହଜାର ଭକ୍ତ ଙ୍କ ସମାଗମ ଲାଗି ରହିଛି।

3 thoughts on “ବୁଢାପଙ୍କ ଗ୍ରାମରେ ମା ବାଉତିଙ୍କ ବାର୍ଷିକ ଉତ୍ସବ ପାଳିତ”
  1. Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?

Leave a Reply

Your email address will not be published. Required fields are marked *