Spread the love

ଆଶ୍ରିବାଦ ସେବା ସଂଗଠନ ଉଦ୍ୟମ ରେ ଜରାଶ୍ରମ ରେ ଆଶ୍ରୟ ନେଲେ ସେବତୀ 

ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତର ସାରଣଶଙ୍କରସାହି ର ଷାଠିଏ ବର୍ଷୀୟା ଅସହାୟ, ନିଃସହାୟ,ନିରାଶୟ ବୃଦ୍ଧା ସେବତୀ ଦାଶ | ପ୍ରାୟ ଦୀର୍ଘ ସତର ବର୍ଷ ତଳେ ସ୍ଵାମୀ ଧୂଳେଶ୍ଵର ଦାଶ ସ୍ତ୍ରୀ ସେବତୀ କୁ ଛାଡି ଆରପାରିକୁ ସବୁଦିନ ପାଇଁ ଚାଲିଗଲା ପରେ ଏକମାତ୍ର ପୁଅ ବାପା ଧୂଳେଶ୍ୱର ଙ୍କ ମୃତ୍ୟୁ ପରେ ମା ସେବତୀ କୁ ଏକା କରି କେଉଁଆଡ଼ ଚାଲିଯାଇଛନ୍ତି ତାର ଠିକଣା ଆଜିବି ଅସ୍ପଷ୍ଟ | ତେବେ ସେବତୀ ଆଜି ବି ପୁଅ ର ବାଟ କୁ ଚାହିଁ ଆଖିରୁ ପାଣି ଶୁଖିଲାଣି | ସେବତୀ ର କେହି ଆଗକୁ ନାହିଁ କି କେହି ପଛକୁ ନାହିଁ | ବାର ଦ୍ଵାର ବୁଲି ଯାହା ମିଳେ ଖାଏ ନଚେତ ଉପବାସ ରୁହେ | ସେବତୀ ଙ୍କ ଏହି ଦୁଃଖ କଷ୍ଟ ସହିନପାରି ପଡ଼ିଶା ଲୋକ ନିଜ ଘର ବାରଣ୍ଡା ରେ ଖାଇବାକୁ ଦେଇ ଆଶ୍ରୟ ଦେଉଥିଲେ । ସେବତୀ ଙ୍କ ବୟସାଧିକ ହେତୁ ପଡିଶା ଲୋକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବୁଦ୍ଧ ଆଶ୍ରମରେ ଆଶ୍ରୟ ଦେବାପାଇଁ ଅନୁରୋଧ କରିଥିଲେ କିନ୍ତୁ ଦୁଇ ଦିନ ହେବ ସେବତୀ ଜଗତସିଂହପୁର ଟାଉନ୍ ହଲ୍ ସ୍ଥିତ ରାମ ମନ୍ଦିର ସମ୍ମୁଖରେ ହାଡ଼ ଭଙ୍ଗା ଶିତ କାକରରେ ଏକାକୀ ପଡିଥିବାର ଦେଖି ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା। ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ | ବୈଶାଳୀ ବେହେରା ପ୍ରମୁଖ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ନିର୍ଦେଶ ରେ ନିରାଶ୍ରୟା

ସେବତୀ ଙ୍କୁ ରଘୁନାଥପୁର ସ୍ଥିତ କୋଶଳ ଜରା ଆଶ୍ରମରେ ଆଶ୍ରୟ ଦେଇଥିବା ସୂଚନା ମିଳିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

By

Leave a Reply

Your email address will not be published. Required fields are marked *