ଓଡିଶା ଆଦର୍ଶ ବିଦ୍ୟାଳୟ ରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତରେ ଥିବା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ଓ ମାତା ସରସ୍ଵତୀ ଙ୍କ ପୂଜା ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନେହରୁ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଧର ଗଡନାୟକ ଯୋଗ ଦେଇଥିଲେ। ସକାଳ ପ୍ରାୟ ୮.୧୦ ମିନିଟ ସମୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ଦୀପକ କୁମାର ନାୟକ ଓ ପ୍ରଧାନଶିକ୍ଷକ ଶ୍ରୀ ଗଡନାୟକ ଉପସ୍ଥିତ ରେ ଜାତୀୟ ପତକା ଉତ୍ତୋଳନ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁଇ ପ୍ରଧାନଶିକ୍ଷକ ସ୍ୱାଧୀନତା ସଂଗ୍ରାମୀ ଙ୍କ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ଯ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ବିଦ୍ୟାଳୟ ରେ ମାତା ସରସ୍ଵତୀ ଙ୍କ ପୂଜା ସମାପନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା, ପ୍ୟାରେଡ ଓ ସଂସ୍କୃତି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ର ଶିକ୍ଷକ ସୁମନ୍ତ କୁମାର ସାହୁ, ହରେକୃଷ୍ଣ ସାହୁ, ଅନନ୍ତ କୁମାର ଚାନ୍ଦ ଓ ରଶ୍ମିତା ବେହେରା ଉପସ୍ଥିତ ଥିଲେ