Spread the love

ମଶା ନିରାକରଣ ନିମନ୍ତେ ଜିଲ୍ଲା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀ ଙ୍କୁ ଦାବୀ ପତ୍ର

ଅନୁଗୋଳ ପୌରପାଳିକା ବହୁ ମୌଳିକ ସମସ୍ୟା ଦେଇ ଗତି କରୁଛି। ଅନୁଗୋଳ ସହରରେ ଏବେ ବହୁଳ ଭାବରେ ମଶା ହେଉଛନ୍ତି। ଅନୁଗୋଳ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ ର ସାଧାରଣ ସମ୍ପାଦକ ତଥା ପୂର୍ବତନ କାଉନ୍ସିଲର ବଲବୀର ସିଂ ଙ୍କ ନେତୃତ୍ବରେ ମଶା ନିରାକରଣ ନିମନ୍ତେ ନଗରପାଳ ଙ୍କ ଅନୁପସ୍ଥିତ ରେ ପୌର ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ କର୍ମୀମାନ ଙ୍କ ଅଭିଯୋଗ ଯେ, ସହରରେ ଥିବା ନାଳ ନର୍ଦ୍ଦମା ଗୁଡିକର ଠିକ୍ ଭାବରେ ସଫେଇ ହେଉନାହିଁ, ନାଳ ନର୍ଦ୍ଦମା ଗୁଡିକରେ ମଶା ତେଲ ଛିଞ୍ଚନ କରାଯାଉ ନାହିଁ ଏବଂ ପୌରପାଳିକା ର ସମସ୍ତ ୱାର୍ଡ ରେ ନିୟମିତ ଭାବେ ମଶା ଧୂଆଁ ଗାଡି ପ୍ରଚଳନ କରାଯାଉ ନାହିଁ ଓ ସହରର କିଛି ଜାଗାରେ କୁଢ କୁଢ ଅଳିଆ ପଡିଲେ ବି ତାକୁ ବିଳମ୍ବ ରେ ସଫା କରାଯାଉଛି। ତେଣୁ ଆଗକୁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ବହୁତ୍ ରହୁଅଛି। ଏହି ସବୁ ସମସ୍ୟା ଗୁଡିକ ର ଯାଥା ଶୀଘ୍ର ସମାଧାନ କରି ମଶା ନିରାକରଣ କରା ନ ଗଲେ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି। ଏହି ଦାବି ପତ୍ର ପ୍ରଦାନ ବେଳେ ରାଜ୍ୟ କିଷାନ କଂଗ୍ରେସ ଉପସଭାପତି ଉମେଶ ଚନ୍ଦ୍ର ସାହୁ, ଜିଲ୍ଲା କଂଗ୍ରେସ ଓବିସି ସେଲ ସଭପତି ପ୍ରବୋଧ କୁମାର ସ୍ଵାଇଁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦିକା ରାକେଶ ମିଶ୍ର, ନଗର ମହିଳା କଂଗ୍ରେସ ସଭାନେତ୍ରୀ କାଶିଦା ଖାନ୍, କାଉନ୍ସିଲର ପ୍ରାର୍ଥୀ ତଥା ଯୁବନେତା ଭଗବାନ ମହାନ୍ତି, ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଅଭିଷେକ ନାଏକ ଓ ସଂଗ୍ରାମ ବେହେରା ଏବଂ ଛାତ୍ର ନେତା ଦିନେଶ୍ ସାହି, ଅମୀର ଖାନ୍, ଅଶୋକ କୁମାର ନାୟକ ଙ୍କ ସହ ବହୁ କର୍ମୀ ଉପସ୍ଥିତ ରହିଥିଲେ।

By

Leave a Reply

Your email address will not be published. Required fields are marked *