ରାୟପୁର: ଆଜିଠୁ କଂଗ୍ରେସର ମହାଅଧିବେଶନ । ଛତିଶଗଡ଼ ରାୟପୁରରେ ଆୟୋଜିତ ହେଉଥିବା ଏହି ଅଧିବେଶନରେ ସାମିଲ ହେବେ ୧୮୨୫ରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ ୧୫ ହଜାର ପ୍ରତିନିଧି । ସମାବେଶରେ ଯୋଗଦେବେ ସମସ୍ତ ପିସିସି ସଭାପତି, ପିସିସି କମିଟି ସଦସ୍ୟଙ୍କ ସମେତ ବହୁ ହେଭିଓ୍ବେଟ । ଏଆଇସିସି ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚିତ ହେବା ପରେ ଏହା ହେବ ପ୍ରଥମ ମହାଧିବେଶନ ।
