୬ ଗ୍ରାମର ଲୋକ ପାଇଲେ ସେବା
୨୬/୦୫/୨୦୨୩ (ଢେଙ୍କାନାଳ) : ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରକ୍ତଚାପ ପରୀକ୍ଷା ଶିବିର ଆୟୋଯିତ କରାଯାଇଥିଲା । ଢେଙ୍କାନାଳର ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାର ନିକଟରେ ଥିବା ହିନ୍ଦୋଳ ଏବଂ ଓଡାପଡା ବ୍ଲକ୍ ର ଆଖପାଖ ଟି ଗାଁରେ ଏଇ ଶିବିର ଅନୁଷ୍ଠିତ ହେଇଥିଲା । ଡାକ୍ତର ପ୍ରଜିତ ବାନାର୍ଜୀ , ଡାକ୍ତର ସୁଭେଚ୍ଛା ମହାନ୍ତି ନିଜ ସହଯୋଗୀଙ୍କ ସହ ଶିବିରରେ ଉପସ୍ଥିତ ରହି ଲୋକମାନଙ୍କ ସ୍ବାସ୍ଥ୍ୟବସ୍ଥା ପରଖିବା ସହ ସେମାନଙ୍କ ରକ୍ତଚାପ ପରୀକ୍ଷା କରିଥିଲେ । ଉଚ୍ଚ ରକ୍ତଚାପ ହୃଦରୋଗର ପ୍ରମୁଖ କାରଣ ହୋଇଥିବାରୁ ଏହାର ନିରାକରଣ କିପରି କରାଯାଇପାରିବ ସେ ସମ୍ପର୍କରେ ଶିବିରରେ ଉପସ୍ଥିତ ରହିଥିବା ସ୍ବାସ୍ଥ୍ୟକର୍ମୀମାନେ ଲୋକମାନଙ୍କୁ ବୁଝାଇଥିଲେ । ଡାକ୍ତର ବାନାର୍ଜୀ ଏବଂ ଡାକ୍ତର ମହାନ୍ତିଙ୍କ ଦଳରେ ରହିଥିବା ସ୍ବାସ୍ଥ୍ୟକର୍ମୀ ସନ୍ଦୀପ ସୁନ୍ଦର ବେହେରା , ଫକୀର ମୋହନ ପାତ୍ର , ସଂଘମିତ୍ରା ନାଗ ଏବଂ ନର୍ମଦା ପଲେଇ ଉଚ୍ଚ ରକ୍ତଚାପରେ ପିଡିତ ଥିବା ବ୍ୟକ୍ତିମାନଙ୍କୁ ନିଜ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲେ । ଏଇ ଶିବିରରେ ସର୍ବମୋଟ ୨୩୩ ଜଣ ବ୍ୟକ୍ତିଙ୍କ ରକ୍ତଚାପ ପରୀକ୍ଷା କରାଯାଇଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ( ଡବ୍ଲ୍ୟୁଏଚଓ ) ଅନୁଯାୟୀ , ଉଚ୍ଚ ରକ୍ତଚାପ ଅକାଳ ମୃତ୍ୟୁର ଏକ ପ୍ରମୁଖ କାରଣ । ସେଇଥପାଇଁ ଉଚ୍ଚ ରକ୍ତଚାପର ସମ୍ପୂର୍ଣ୍ଣ ନିରାକରଣ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖୁଛି । ଉଚ୍ଚ ରକ୍ତଚାପ ବ୍ୟତିତ ବିଶ୍ବର ଏଇ ପ୍ରମୁଖ ସଂଗଠନ ମ୍ୟାଲେରିଆ , ଯକ୍ଷ୍ମା , ଏଚଆଇଭି / ଏକ୍ସ ଭଳି ଅସାନ୍ଧ୍ୟ ରୋଗର ନିରାକରଣ ଏବଂ ମାତୃ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ସମୟରେ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିଆସୁଛି ।