ଖୋଲାରହିବାର ପଦ୍ଧତିରେ ପରିବର୍ତ୍ତନ ଅଭିଯୋଗ ଆବେଦନର ସମୟସୀମା ୩୦ ଦିନରୁ ୯୦ ଦିନକୁ ବୃଦ୍ଧି
ଭୁବନେଶ୍ୱର (୧୩ / ୦୬ / ୨୦୨୩) କାଳିଆ ହିତାଧ୍ୟାକାରୀ କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖ୍ କାଳିଆ ସହାୟତା ଅନ୍ଲାଇନ୍ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତ୍ତନ କରାଯିବା ସହିତ ସମୟସୀମାକୁ ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଏ ସଂପର୍କିତ ସଂଶୋଧୂତ ଆଦେଶନାମା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି କରାଯାଇଛି ।
ସଂଶୋଧୂତ ଆଦେଶନାମାରେ ୨୦୨୧ ମଇ ୫ ତାରିଖରେ ଜାରି କରାଯାଇଥିବା ଅଦେଶନାମାକୁ ସଂଶୋଧନ କରାଯାଇଛି । ହିତାଧ୍ୟାକାରୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଏହି ପୋର୍ଟାଲ ପୂର୍ବରୁ ୩୦ ଦିନ ପରିବର୍ତ୍ତେ ୯୦ ଦିନ ପର୍ଯ୍ୟନ୍ତ ଖୋଲା ରହିବ ଏବଂ ସମସ୍ତ ଅଭିଯୋଗଗୁଡ଼ିକୁ ୪୫ ଦିନ ମଧ୍ୟରେ କ୍ଷେତ୍ର ସ୍ତରରେ ଯାଞ୍ଚ କରାଯିବ । ସୂଚନାଯୋଗ୍ୟ ଯେ ଗତ ୨୦୨୩ ଅପ୍ରେଲ ୧ ତାରିଖ ଏବଂ ମଇ ୨୩ ତାରିଖରେ ହିତାଧ୍ୟାକାରୀ ଚାଷୀମାନଙ୍କୁ ଖରିଫ ୨୦୨୩ ନିମନ୍ତେ ପ୍ରଦାନ କରାଯାଇଥିବା କାଳିଆ ସହାୟତା ପାଇଁ ଏହି ଆଦେଶନାମା ଜାରି ହେବା ସଙ୍ଗେ ସଙ୍ଗେ ପୋର୍ଟାଲ ଖୋଲାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟ କାଳିଆ ସହାୟତା ପ୍ରଦାନକୁ ଦୃଷ୍ଟିରେ ରଖ୍ ଏହା ୨୦୨୩ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଖୋଲାରହିବ । ଏହି ସଂଶୋଧ ପଦ୍ଧତି ପରବର୍ତ୍ତୀ ଫସଲ ଋତୁ ଏବଂ ବର୍ଷଗୁଡ଼ିକରେ ମଧ୍ୟ ଅନୁସରଣ କରାଯିବ ବୋଲି ଆଦେଶନାମାରେ ଉଲ୍ଲିଖୁତ ହୋଇଛି । ଏହି ସଂଶୋଧ ଆଦେଶନାମା ଜାରି ହେବା ଦିନଠାରୁ କାର୍ଯ୍ୟକାରୀ ହେବ ।