Spread the love

ଉନ୍ନତ ଚିକିସ୍ଥା ପାଇଁ ୮ ଗୁରୁତ୍ତର ଶ୍ରମିକକୁ ଏୟାରଲିଫ୍ଟ କରାଇଲା ଟାଟା କାରଖାନା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାର BFPP – 2 ରେ ଗତ ମଙ୍ଗଳବାର ଘଟିଥିବା ଦୁର୍ଘଟଣାରେ ୧୯ ଜଣ ଶ୍ରମିକ ଗୁରୁତ୍ତର ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିସ୍ଥା ହୋଇଥିଲେ। ସେଥିମଧ୍ୟରୁ କିଛି ଶ୍ରମିକ ଭିଷଣ ରୂପେ ଗୁରୁତ୍ତର ହୋଇଥିଲେ। କାରଖାନାର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ସମସ୍ତେ ଅଶ୍ଵିନି ଟ୍ରମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ଚିକିସ୍ଥା ପରେ କାରଖାନା କତୃପକ୍ଷ ୮ ଜଣ ଶ୍ରମିକ ଉନ୍ନତ ଚିକିତ୍ସା ଦରକାର ପଡୁଥିବା ରୁ ସେମାନଙ୍କୁ ଏୟାରଲିଫ୍ଟ କରି ଟାଟା ଏଟିଏମ ଏଚ (TMH) ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜଣେ ଶ୍ରମିକ ସ୍ୱାସ୍ଥ ଅବସ୍ଥା ଠିକ ଥିବାରୁ ମେଡିକାଲ ରୁ ଡିସଚାର୍ଜ କରିବା ସହ ଆଉ ଏକ ଶ୍ରମିକ ଯିଏ ହୃଦ୍ ରୋଗରେ ଆକ୍ରାନ୍ତ ହୋଇଥିଲେ ତାଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ରେ ଉନ୍ନତ ଆସିଥିବାରୁ ତାଙ୍କୁ ଯଥାଶୀଘ୍ର ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି।

By

Leave a Reply

Your email address will not be published. Required fields are marked *