Spread the love

ଆରମ୍ଭ ହେଲା କଂଗ୍ରେସର ଦଳୀୟ କନ୍ଦଳ – ଅନୁଗୋଳ

ନୂତନ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ବିରୋଧ କଲେ ବ୍ଲକ କଂଗ୍ରେସ

ଅନୁଗୋଳ:ବଅଁରପାଳ ବ୍ଲକ ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ ଙ୍କ ନେତୃତ୍ୱରେ ଆଜି କେତେକ କଂଗ୍ରେସ କର୍ମୀ ଓ ନେତାମାନେ ପ୍ରେସ ମିଟ ମାଧ୍ୟମରେ ନୂତନ ଚୟନ ହୋଇଥିବା ଜିଲ୍ଲା ସଭାପତି ଙ୍କୁ ବିରୋଧ କରିଛନ୍ତି।କଂଗ୍ରେସ ଦଳର ଅନ୍ତଃ ଦଳୀୟ କନ୍ଦଳ ସବୁବେଳେ ହୋଇଆସୁଛି।ଗ୍ରାମର ୱାର୍ଡ ଠାରୁ ସଂସଦୀୟ କ୍ଷେତ୍ରରେ ଅତି ନୈରାଶ୍ୟ ଜନିକ ଗତ ନିର୍ବାଚନରେ ଭୋଟ ପାଇଥିବା ବେଳେ ଦଳୀୟ କନ୍ଦଳ ପିଛା ଛାଡ଼ୁନି।ଦଳୀୟ ନେତାଙ୍କ ମଧ୍ୟରେ ବିରୋଧ ଓ ଗୋଡ଼ ଟଣା ଓଟରା ନୀତି ପାଇଁ ଦଳ ନୈରାଶ୍ୟ ଜନକ ପରାଜୟର ସ୍ୱାଦ ବାରମ୍ବାର ଚାଖୁ ଥିବାବେଳେ ନେତା ମାନେ ଦଳ ବିରୋଧୀ କାର୍ଯ୍ୟ ଛାଡ଼ୁ ନାହାନ୍ତି। ଚିରାଚରିତ ନୀତିରେ ନୂତନ ଚୟନ ନେତାଙ୍କୁ ବିରୋଧ ଅନୁଗୁଳ ଜିଲ୍ଲାରେ ଦେହ ସୁହା ହୋଇଗଲାଣି।ଆଜି
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରାଜୀବ ଗାନ୍ଧୀ ପାର୍କ ପରିସରରେ ବ୍ଲକ ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ ଙ୍କର ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନେ ଗତ କିଛି ଦିନ ତଳେ ଜାତୀୟ କଂଗ୍ରେସ ପକ୍ଷରୁ ଚୟନ ହୋଇଥିବା ନୂତନ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ବିରୋଧ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁଚନା ଅନୁଯାୟୀ ୨୦୧୮ ମସିହାରୁ ଅନୁଗୋଳ ଜିଲ୍ଲାର ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ଭାବେ ବିପ୍ଳବ କୁମାର ଜେନା ଦଳର ମଙ୍ଗ ସମ୍ଭାଳି ଆସୁଥିଲେ କିନ୍ତୁ କିଛିଦିନ ତଳେ ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ଵରୁ ବାହାର କରି ନୂତନ କଂଗ୍ରେସ ଜିଲ୍ଲା ସଭାପତି ଭାବେ ସଂଗ୍ରାମ କେଶରୀ ମିଶ୍ର ଙ୍କୁ ଚୟନ କରାଯାଇଛି। ସୂଚନା ଥାଉକି ପୂର୍ବରୁ ୨୦୦୩ ରୁ ୨୦୧୩ ଦୁଇ ଦୁଇ ଥର ସଭାପତି ପଦ ତୁଲାଇ ଥିବା ପୁର୍ବତନ ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ମିଶ୍ରଙ୍କୁ ପୁଣି ତୃତୀୟ ଥର ଜିଲ୍ଲା ସଭାପତି ଦାୟିତ୍ଵ ଦେଇ ଥିବାରୁ ଆଜି ବଅଁରପାଳ ବ୍ଲକର କିଛି ନେତା ପ୍ରେସମିଟ୍ ଜରିଆରେ ଜିଲ୍ଲା ସଭାପତି ଥିବା ବିପ୍ଳବ ଜେନାଙ୍କୁ କାହିଁକି ବଦଳାଇବା ନେଇ ରାଜ୍ୟ ସଭାପତିଙ୍କୁ ପ୍ରଶ୍ନ ପଚାରିବା ସହିତ ଘୋର ବିରୋଧ କରିଥିଲେ।ବିପ୍ଳବ ଜେନାଙ୍କ ନେତୃତ୍ୱରେ ଦଳ ସୁଦୃଢ଼ ହୋଇ ଆସୁଥିବା ବେଳେ ହଠାତ ଜିଲ୍ଲା ସଭାପତି ଙ୍କୁ ବଦଳାଇବା ଦଳର ବହୁତ କ୍ଷତି ହେବ ବୋଲି କହିବା ସହିତ ନୂତନ ସଭାପତି ଚୟନ କୁ ଦୃଢ଼ ବିରୋଧ କରିଛନ୍ତି ବୋଲି କହିଛନ୍ତି ବ୍ଲକ ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ, ପୂର୍ବତନ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଜଗନ୍ନାଥ ବେହେରା,ଦିଲ୍ଲୀପ କୁମାର ସାମଲ, ବ୍ଲକ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଧୁଶାସନ ଦାସ, ଓ ଜିଲ୍ଲାର ବହୁ ବରିଷ୍ଠ କର୍ମକର୍ତା ତଥା ସୁରେଶ ଚନ୍ଦ୍ର ବେହେରା, ବିଜୟୀ ବାଡିଆ, ଚୌଧୁରୀ ନାଏକ ଓ ଯୁବ କଂଗ୍ରେସ କର୍ମକର୍ତ୍ତା ବିଶ୍ୱନାଥ ନାଏକ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *