Search
Close this search box.

ରାଜ୍ୟ ସରକାରରେ ସଚିବଙ୍କ ଦଖଲକୁ ନେଇ ବିବାଦ – ବିଜେଡି ଭୋଟର୍ ଓ ଓଡ଼ିଶା ବାସୀଙ୍କ ସମ୍ମତିରେ କାର୍ଯ୍ୟରତ କି 5t ସଚିବ ପାଣ୍ଡିଆନ?

ରାଜ୍ୟ ସରକାରରେ ସଚିବଙ୍କ ଦଖଲକୁ ନେଇ ବିବାଦ – ବିଜେଡି ଭୋଟର୍ ଓ ଓଡ଼ିଶା ବାସୀଙ୍କ ସମ୍ମତିରେ କାର୍ଯ୍ୟରତ କି 5t ସଚିବ ପାଣ୍ଡିଆନ?

ବିରୋଧୀଙ୍କ ସ୍ଵରରେ ସ୍ୱର ମିଳାଇ କହିବା ଦଳୀୟ ବିଧାୟକଙ୍କୁ ମହଙ୍ଗା ପଡିଲା

ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବା 5t ସଚିବ ପାଣ୍ଡିଆନ ବାବୁଙ୍କୁ ନେଇ ଝଡ଼ ସୃଷ୍ଟି ହେଉଛି ବିରୋଧୀ ମହଲରେ। ବିଜେଡି ଦଳରେ ରହି ପାଣ୍ଡିଆନ ଙ୍କୁ ବିରୋଧ କରୁଥିବା ବ୍ୟକ୍ତି ବା ନେତା ବିଜେଡିରୁ ବହିଷ୍କୃତ ହୋଇ ସାରିଲେଣି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ମୁଷ୍ଟିମେୟ ନେତାଙ୍କୁ ବାଦ୍ ଦେଲେ ସଂଖ୍ୟା ଗରିଷ୍ଠ ବିଜେଡି ନେତା ଶ୍ରୀ ଭି କେ ପାଣ୍ଡିଆନ ଙ୍କୁ ପସନ୍ଦ କରିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଜର ବ୍ୟକ୍ତିଗତ ସଚିବଙ୍କ ଜରିଆରେ ସାରା ରାଜ୍ୟରେ ବିକାଶର ଧାରା ଅବ୍ୟାହତ ରଖିଛନ୍ତି।

ନିକଟ ଅତୀତରେ ବିଜେଡ଼ି ଉପସଭାପତି ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଥମେ ପଦବୀରୁ ହଟାଇ ଦିଆଗଲା ଓ ଶେଷରେ ଦଳରୁ ବହିଷ୍କୃତ କରାଯାଇଛି। ଏହା ଏକ ଜ୍ୱଳନ୍ତ ଉଦାହରଣ।

ତେବେ ଆଗାମୀ ନିର୍ବାଚନ ପୂର୍ବରୁ ଦଳରେ ଥିବା ଗୋଷ୍ଠୀ କନ୍ଦଳକୁ ଏଡାଇ ବିଜେଡି ପୁଣି ଥରେ ରାଜ୍ୟରେ ଶାସକ ଦଳ ହୋଇ ବାଜିମାତ କରିବାକୁ ରାସ୍ତା ସଫା କରି ଚାଲୁଛି। ଯେଉଁ ମାନେ ଏହି ସଚିବଙ୍କ ଦଖଲକୁ କେଉଁଠି ବି କଥାରେ କିମ୍ବା କାମରେ ନାପସନ୍ଦ କିମ୍ବା ବିରୋଧ କରିଛନ୍ତି ଓ କରୁଛନ୍ତି, ତାଙ୍କ ବିଜେଡି ବିଧାୟକ ଟିକେଟ କଟିବାଟି ସୁନିଶ୍ଚିତ, ଏଥିରେ ଦ୍ଵିମତ ନାହିଁ। କାରଣ ଦଳରେ ବହୁମତ ଗୋଷ୍ଠୀଙ୍କ ନିଷ୍ପତିକୁ ଅଳ୍ପମତ ଗୋଷ୍ଠୀ ବିରୋଧ କରିବା ତାଙ୍କୁ ମହଙ୍ଗା ପଡ଼ିବ। ଦୀର୍ଘ ୨୪ ବର୍ଷର ଶାସନ କାଳରେ ନବୀନ ବାବୁ କେତେ ଉପସଭାପତି ଓ ବିଧାୟକଙ୍କୁ ବାଦ୍ ଦେଇଛନ୍ତି ବା ବିଜେଡି ଦଳରୁ ବହିଷ୍କୃତ କରିଛନ୍ତି ତାହା ସମସ୍ତଙ୍କୁ ଜଣା। ବିଜୟ ମହାପାତ୍ର, ପ୍ରଫୁଲ୍ଲ ଘଡେ଼ଇ, ପ୍ୟାରୀ ମୋହନ ମହାପାତ୍ର ଙ୍କ ଠାରୁ ନେଇ ଦାମୋଦର ରାଉତ ଙ୍କୁ ମଧ୍ୟ ନିଜ ତୁଣ୍ଡ ସମ୍ଭାଳି ପାରି ନଥିବା ଯୋଗୁଁ ବିଦାୟ ଦେଇଛି ଦଳ। ବିଚାର କରିବାକୁ ଗଲେ ବିରୋଧୀଙ୍କ ସ୍ଵରରେ ସ୍ୱର ମିଳାଇ ଶାସକ ଦଳର ଅଳ୍ପ ସଂଖ୍ୟକ ଗୋଷ୍ଠୀ ବହୁମତ ଥିବା ଗୋଷ୍ଠୀଙ୍କ ସହ କଜିଆ କରି ପଥରରେ ମୁଣ୍ଡ ବାଡେଇବା ସଦୃଶ ହେଉଛି। ସବୁ ଜାଣି ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଆଶା ନେଇ ଯେ ଏହି ନେତାମାନେ ନିଜ ତୁଣ୍ଡ ଖୋଲି ନବୀନ ବାବୁଙ୍କ ନିଷ୍ପତିକୁ ବିରୋଧ କରି ଦଳରେ ବିରୋଧୀ ଗୋଷ୍ଠୀ ସୃଷ୍ଟି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଖବର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ଗ୍ରହଣ କରିଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଭବିଷ୍ୟତରେ ଟିକେ ମୁଖ୍ୟମନ୍ତ୍ରୀ ଚୌକି ପାଇବାକୁ ବର୍ତ୍ତମାନ ସମୟରେ ଯେ ନିଜ ବିଧାୟକ ଚଉକିକୁ ଗୋଇଠା ମାରିଛନ୍ତି ଏହା ଏବେ ଆଉ କହିବାକୁ ବାକି ନାହିଁ।

ଅନ୍ୟ ରାଜ୍ୟ ମାନଙ୍କରେ ଶାସକ ଦଳର ବିଭାଜନ ପରେ ବିରୋଧୀଙ୍କ ସମର୍ଥାନକୁ ହାତେଇ ମୁଖ୍ୟମନ୍ତ୍ରୀ ହେବା ନିଶାରେ ଓଡ଼ିଶାରେ ବହୁ ନେତା ନିଜ ପଦ ହରାଇଥିବା ବିଜେଡି ଦାବି କରୁଥିବା କିଛି ମହଲରୁ ସୂଚନା ମିଳିଛି। ଅବଶ୍ୟ କାର କଣ ହେଲା ଆମର କଣ ଗଲା ହୋ…

ପୁଣି ବିଜେଡିରେ ନବୀନ ପଟ୍ଟନାୟକଙ୍କ ରାଜ ଚାଲିବ ଓ ନବୀନ ବାବୁ ଯାହାକୁ ଚାହିଁବେ ଟିକେଟ ଦେବେ। କେତେକ ସର୍ଭେ ରିପୋର୍ଟ ମୁତାବକ ବିଭିନ୍ନ ସ୍ଥାନରେ ନୂତନ ବିଧାୟକଙ୍କ ମୁହଁ ରହିବା ନେଇ ସୂଚନା ମିଳିଛି। ଅନନ୍ୟ ୩୦ ରୁ ୪୦ ପ୍ରତିଶତ ଟିକେଟ କଟି ପାରେ।

ଏଥିରୁ ସ୍ପଷ୍ଟ ହୋଇଛି ଯେ ନବୀନ ବାବୁ ଚାହୁଁଛନ୍ତି କି ବିରୋଧୀ ଉଠାଉଥିବା ପ୍ରସଙ୍ଗକୁ ନେଇ ଶାସକ ଦଳର ବିଧାୟକ କୌଣସି ସହମତି ପ୍ରକାଶ କରନ୍ତୁ ନାହିଁ। ରାଜନୀତିରେ ପୋଖତ କହୁଥିବା ଲୋକମାନଙ୍କର ତୁଣ୍ଡ ବେଳେବେଳେ ଏମିତି କିଛି କହି ଚର୍ଚ୍ଚାରେ ରହିବା ଭାରି ମହଙ୍ଗା ପଡିଲା।

ତେବେ ସଚିବ କାହିଁକି ୩୦ ରାଜ୍ୟ ବୁଲିବେ, ବିଧାୟକ କାହିଁକି ବୁଲିବେନି ସରକାରୀ ଖର୍ଚ୍ଚରେ , ଏ ପ୍ରଶ୍ନର ଉତ୍ତର ଏୟା ବୋଧେ ହୋଇପାରେ ଯେ ବିଜେଡି ଦଳର ସଂଖ୍ୟା ଗରିଷ୍ଠ ନେତାଙ୍କର ଏହି ଏକ ମତ। ଏହି ଆଧାରରେ ସମସ୍ତେ ସମ୍ମତି ଦେଇଥିବା ଜଣା ପଡୁଛି।

ଏହି କଥାକୁ ବିରୋଧୀ ଦଳର ସଦସ୍ୟମାନେ ଅଭିଯୋଗ କରିଥିଲେ। କିନ୍ତୁ ଶାସକ ଦଳର ବିଧାୟକ ଙ୍କ ପ୍ରଶ୍ନବାଚୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭାରି କଷ୍ଟ ଦେଇଛି। ତେଣୁ ଦଳର ବୋଧେ ଏପରି ଚରମ ନିଷ୍ପତି ଗ୍ରହଣ କରାଯାଇଥିଲା। କାରଣ ଦଳର ପଦ ପଦବୀରେ ରହି ଦଳର ସଭାପତିଙ୍କ ନିଷ୍ପତିକୁ ଏକ ପାଖିଆ ବିରୋଧ ନିଶ୍ଚୟ ଦଳ ପ୍ରତି ବିପଦ ଥିବା ନେଇ ଦଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ଏପରି ନିଷ୍ପତି ଗ୍ରହଣ କରିଛି ବୋଲି ବିଜେଡି ସଭାପତିଙ୍କ ନିଷ୍ପତିକୁ ଦଳ ସମର୍ଥନ ଜଣାଇଥିବା ଜଣାପଡୁଛି।

Recent Post

Live Cricket Update

You May Like This

× How can I help you?