ଭାରତର ବିଜୟ: ସେମିଫାଇନାଲ ପାଇଁ ନିକଟତର ହେଲା ଭାରତ
ଲକ୍ଷ୍ନୌ- ୨୯।୧୦: ଦିନିକିଆ ବିଶ୍ୱକପର ୨୯ତମ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୫୦ ଓଭରରେ ୯ ଉଇକେଟ ହରାଇ ୨୨୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଇଂଲଣ୍ଡ ୩୪.୫ ଓଭରରେ ୧୨୯ ରନରେ ଅଲଆଉଟ୍ ହୋଇଯାଇଥିଲା।
ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ କ୍ରମାଗତ ଷଷ୍ଠ ବିଜୟ ହାସଲ କରିଛି। ଏଥି ସହିତ ୬ଟି ମ୍ୟାଚ୍ରେ ଏହା ଇଂଲଣ୍ଡର ପଞ୍ଚମ ପରାଜୟ। ଭାରତୀୟ ଦଳ ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବାକୁ ନିକଟତର ହୋଇଛି। ଏଥି ସହିତ ଇଂଲଣ୍ଡ ଦଳ ଟୁର୍ନାମେଣ୍ଟରୁ ବାଦ ପଡିବାକୁ ଯାଉଛି।
ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଉଇକେଟ ନେଇଥିବା ମହମ୍ମଦ ଶାମି ମଧ୍ୟ ଏହି ମ୍ୟାଚ୍ରେ ଚମତ୍କାର ବୋଲିଂ କରି ୪ଟି ଉଇକେଟ ନେଇଥିଲେ। ଅଭିଜ୍ଞ ଜସପ୍ରୀତ ବୁମ୍ରା ୩ ଉଇକେଟ ନେଇଥିଲେ। କୁଲଦୀପ ଯାଦବ ଦୁଇଟି ସଫଳତା ପାଇଥିଲେ ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ସଫଳତା ପାଇଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


