Spread the love

ଗୁଜୁରାଟ ସୁରତ (V.N.S.G.U) ରେ ନଭେମ୍ବର ୨୩ ତାରିଖରୁ ୨୯ ନଭେମ୍ବର ପର୍ଯ୍ୟନ୍ତ ଜାତୀୟ କୁଡୋ ପ୍ରତିଯୋଗିତା ଏବଂ ଅକ୍ଷୟ କୁମାର ଅର୍ନ୍ତଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୁଡୋ ଆସୋସିଏସନ୍ ଓଡ଼ିଶା ର ସଂପାଦକ ନିତାଇ ଶଙ୍କର ଚୁଈ ଙ୍କ ନେତୃତ୍ବରେ ଓଡ଼ିଶାରୁ ୪୭ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ୪ ହଜାର ରୁ ଉର୍ଦ୍ଧ ପ୍ରତିଯୋଗୀ ୨୮ ଟି ରାଜ୍ୟରୁ ଭାଗ ନେଇଥିଲେ। ଚୌଦ୍ଵାର ଆକାଡେମି ର କୋଚ୍ ମୃତ୍ୟୁଞ୍ଜୟ ଯାଦବ ଙ୍କ ଅଧୀନରେ ୯ ଜଣ ପ୍ରତିଯୋଗୀ ଚୌଦ୍ଵାର ରୁ ଭାଗ ନେଇଥିଲେ। ରିୟାଂଶ ପ୍ରଧାନ ୩ ଟି ସ୍ଵର୍ଣ୍ଣ, ଏସ. କେ. ଏରାଫ୍ୟାନ୍ ୨ ଟି ବ୍ରୋଞ୍ଚ, ସତ୍ୟ ସଂଗ୍ରାମ ଖୁଣ୍ଟିଆ ୧ ଟି ରୌପ୍ୟ ୨ଟି ବ୍ରୋଂଚ, ଏସ.କେ. ସାମସେରି ଅଲ୍ଲି ୧ଟି ରୌପ୍ୟ ୧ଟି ବ୍ରୋଞ୍ଚ୍, ମଞ୍ଜୁ କୁମାରୀ ଯାଦବ , ନିଶିଥ କୁମାର ରଥ, ସାଇ ସଙ୍କେତ ଏବଂ ବିଶ୍ୱଜିତ୍ ବେହେରା ୧ଟି ଲେଖାଁଏ ବ୍ରୋଂଚ ପଦକ ହାସଲ କରିଛନ୍ତି। କୋଚ୍ ଓଡ଼ିଶା କୁଡୋ ଟିମ୍ ଏବଂ ଚୌଦ୍ଵାର ଆକାଡେମିର ପ୍ରଶିକ୍ଷକ ମୃତ୍ୟୁଞ୍ଜୟ ଯାଦବ ସମସ୍ତଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୂଜ୍।

Leave a Reply

Your email address will not be published. Required fields are marked *