Spread the love

ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଅନ୍ତଜିଲ୍ଲା ମହିଳା ଫୁଟବଲ୍ ଲିଗ୍, ଯାହାର ଆୟୋଜନ କରିବାର ଦାୟିତ୍ଵ ମିଳିଛି କେନ୍ଦୁଝର ଜିଲ୍ଲାକୁ, ଏବଂ କେନ୍ଦୁଝର ଜିଲ୍ଲା ପକ୍ଷରୁ ଏହି ମହିଳା ଅନ୍ତଜିଲ୍ଲା ଫୁଟବଲ୍ ଲିଗ୍ ମ୍ୟାଚ୍ ଆୟୋଜନ କରିବାର ଷୌଭାଗ୍ୟ ହାସଲ କରିଛି ବଡବିଲ ପୌରାଞ୍ଚଳ । ଯାହାକି ବଡବିଲ ପୌରାଧକ୍ଷ ଲକ୍ଷ୍ମଣ ମହାନ୍ତ ଙ୍କ ପ୍ରତେଖ୍ୟ ତତ୍ତ୍ଵାବଧାନରେ ଯାହାର ଆୟୋଜନ ବଡବିଲ ଥାନା ତଥା ବଡବିଲ ପୌରାଞ୍ଚଳ ରେହେବାକୁ ଯାଉଛି ବଡବିଲ ପୌରାଞ୍ଚଳ ରେ ଥିବା ବଡବିଲ ବିକାସ ମହଲ ଖେଳପଡିଆ ଠାରେ ଅନ୍ତଜିଲ୍ଲା ମହିଳା ଫୁଟବଲ୍ ଲିଗ୍ ମ୍ୟାଚ୍ ଦେଖିବାକୁ ପାଇବେ ସମଗ୍ର ଜିଲ୍ଲାବାସୀ ଓ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟବାସୀ ଏବଂ ଅନ୍ୟ ଅଞ୍ଚଳର ଖେଳ ପ୍ରେମୀ। ଯେଉଁଥିପାଇଁ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ଆଶୀର୍ବାଦ ବେହେରାଙ୍କ ନିର୍ଦ୍ଦେଶ ଅନୁସାରେ ବରିଷ୍ଟ ଅଧିକାରୀ ବୃନ୍ଦ ବଡବିଲ ବିକାସ ମହଲ ପଡିଆ ପରିଦର୍ଶନ କରିବା ସହ ଖେଳାଳୀ ମାନଙ୍କ ରହିବା ଓ ସୁରକ୍ଷା ବ୍ୟବସ୍ଥାର ର ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *